STORYMIRROR

Himanshu Shekhar Biswal

Abstract Others

3  

Himanshu Shekhar Biswal

Abstract Others

ମୁଁ ବସ ଷ୍ଟପ ଯାତ୍ରୀ ଟିଏ

ମୁଁ ବସ ଷ୍ଟପ ଯାତ୍ରୀ ଟିଏ

1 min
202


ଆରମ୍ଭ ଓ ଗନ୍ତବ୍ୟ ନିଶ୍ଚିତ 

କିନ୍ତୁ କାହା ଇଙ୍ଗିତରେ

ମୁଁ ଜାଣେନା

ମୁଁ ବସ ଷ୍ଟପ ଯାତ୍ରୀ ଟିଏ।


କିଏ ଆରମ୍ଭରେ

କିଏ ଲକ୍ଷ୍ୟସ୍ଥଳେ

ବନ୍ଧୁ ହେବ ମୋର କିମ୍ବା

ଟାଣିନେବ ହାତ ଧରି 

ମୁଁ ଜାଣେନା

ମୁଁ ବସ ଷ୍ଟପ ଯାତ୍ରୀ ଟିଏ।


ଏଠି କିଏ ସେ ନିଜର ହେବ

ବସ ଆସିବା ଆଗରୁ

କିଏ ବା ନିଜର ହେବ

ପାଖ ସିଟ ପାସେଞ୍ଜର ପରି

ମୁଁ ଜାଣେନା

ମୁଁ ବସ ଷ୍ଟପ ଯାତ୍ରୀ ଟିଏ।


ସୁଖଟିଏ ଦେବା ପାଇଁ

ଅବା ଦୁଃଖ ବାଣ୍ଟିବାରେ

କିଏ କେତେ ବାଟ ପାସେଞ୍ଜର

ଆସିବେ ବା ଯିବେ

କିଏ ପୁଣି ଅଧା ବାଟୁ

ଅବା ଶେଷ ବେଳେ

ମୁଁ ଜାଣେନା

ମୁଁ ବସ ଷ୍ଟପ ଯାତ୍ରୀ ଟିଏ।


ଯାତ୍ରା ମୋର ଶେଷ ହେବ

ଗନ୍ତବ୍ୟ ଆସିଲେ

ବାଟରୁ ସାଉଁଟା ସ୍ମୃତି ସବୁ 

ଧୋଇଯିବ,

ସେମାନଙ୍କ ଚାଲିଯିବା ପରେ;

ବସଟିର ଶେଷ ଧୂମ୍ର 

କହିଦେବ ଯାତ୍ରା ଶେଷ ବୋଲି

ମୁଁ ଜାଣେନା ତାହା କେତେବେଳେ, 

ମୁଁ ବସ ଷ୍ଟପ ଯାତ୍ରୀ ଟିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract