STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କରେ ପୁଲକିତ

କରେ ପୁଲକିତ

1 min
139


ପୂର୍ବ ଦିଶାରୁଟି ସନ୍ଧ୍ୟା ସମୟରେ

  ସକାଳୁଟି ପଶ୍ଚିମରେ

ପରବର୍ତ୍ତେ ବର୍ଷା,ଦୃଶ୍ୟ ଦେଖିବାକୁ

  ମିଳିଥାଏ ଆକାଶରେ


ନାଲି କମଳାର ବଟିକାର ରଙ୍ଗ

 ସବୁଜ ଆକାଶ ନୀଳ,

ୱାଗନ୍ ରଙ୍ଗର ବୃତ୍ତାକର ତହିଁ

 କରେଟି ଜଗ ଉଜ୍ଜ୍ୱଳ।


ଛୋଟ ବୁନ୍ଦା ତହିଁ ବର୍ଷର ନୀରରେ

  ପଡେଟି ସୂର୍ଯ୍ୟ କୀରଣ,

ଇନ୍ଦ୍ରଧନୁ ପରି ଧନୁର ଆକର

  ଆକାଶେ ଦିଶେଟି ଜାଣ।


ମନମୋହନଟି ଧନୁର ଦୃଶ୍ୟରେ

  ନାହିଁ ପଟାନ୍ତର ଯାର,

ଦେଖୁ ଥାଏ କବି ଇନ୍ଦ୍ରଧନୁ ଦୃଶ୍ୟ

  କବିତା ରଚନା ତାର।


ପ୍ରୀୟ ବାଳକଙ୍କ ବୃତ୍ତାକର ଧନୁ

  ଦେଖୁଥାନ୍ତି ମନ ଧ୍ୟାନେ,

ଉଲ୍ଲାସ ମନରେ ହୃଦେ କୁତୁହୋଳ

  ତରାଟି ଦେଖନ୍ତି ଧ୍ୟାନେ।


ବାର୍ତ୍ତା ଚାଟଶାଳେ କଥାବାର୍ତ୍ତା ପୁଣି

  ବାଳକ ଅତି ଉତ୍ସାହେ ,

ଦେଖିଲିଟି ମୁହିଁ ଇନ୍ଦ୍ରଧନୁ ଆଜି

  ଆକାଶେ ଧନୁ ଆକାରେ।


ବର୍ଷା ପରେ ଦିଶେ ଅପୂର୍ବର ଧନୁ

  ଦେଖି ଅଛୁ କିରେ ନାହିଁ?

ମୁହିଁ ଦେଖିଅଛି ଇନ୍ଦ୍ରଧନୁ ପରା

  ଦେଖିବୁ ତୁହିରେ କାହିଁ?


ଇନ୍ଦ୍ରଧନୁ ଦୃଶ୍ୟ ଜୀବନ ଯାତ୍ରାରେ

  ଦିଶୁଥାଏ ଲିଭୁ ଥାଏ,

ସୁଖ ପରେ ଆସେ ଦୁଃଖର ତାଣ୍ଡବ

  କାରଣ ଚିନ୍ତାର ହୁଏ।


ଶିଶୁର ବୟସ ଲିଭି ଯାଏ ଦିନେ

  ଆସେରେ ଯୁବା ବୟସ,

ବୃଦ୍ଧ ବୟସର ହୁଏ ଆଗମନ

  ହୁଏଟି ମୃତ୍ୟୁ ବୟସ।


ଆତ୍ମା ଚାଲି ଯାଏ ପିଣ୍ଡ ରହିଯାଏ

  ପିଣ୍ଡାର ଶ୍ମଶାନେ ସ୍ଥାନ,

ଚିରନ୍ତନ ସତ୍ୟ ଅଟେ ଜୀବନର

  ଇନ୍ଦ୍ରଧନୁ ପରି ମାନ।


ସବୁତ ଭିଆଣ କରିଛନ୍ତି ଜଗା

  ଆଶ୍ଚର୍ଯ୍ୟ କରେଟି ଯହିଁ,

ଗୀତ ଶାସ୍ତ୍ର ପରା ଜ୍ଞାନର ଭଣ୍ଡାର

  ବଚନ ପ୍ରଭୁଙ୍କ ତହିଁ।


ନୀଳା ଜୀବନର ଇନ୍ଦ୍ରଧନୁ ପରି

  ଜନ୍ମୁ ଥାଏ ମରୁ ଥାଏ,

କର୍ତ୍ତବ୍ୟଟି ଶ୍ରେଷ୍ଠ ଅଟେ ଜୀବନର 

  ମନୁଷ୍ୟରେ କରୁଥାଏ।


ଧରେ କର୍ମ ଜ୍ଞାନ ଦୈନିକ ଜୀବନେ

  ଧର୍ମ ଅଧର୍ମକୁ ବୁଝେ,

ଜଗାଙ୍କ ଚରଣେ ଶ୍ରଦ୍ଧା ଭକ୍ତି ରଖି

  ସତ୍ୟ ଅହିଂସାକୁ ବୁଝେ।


ଜୀବନଟି ଏହୁ କ୍ଷଣଭଙ୍ଗୁରରେ

  ନିର୍ଦ୍ଦିଷ୍ଟ ସମୟ କାହିଁ,

ଶିଶୁ ମରୁ ଅଛି ଯୁବା ମରୁଅଛି

  ବୃଦ୍ଧ ମରୁଅଛି ତହିଁ।


ଇନ୍ଦ୍ରଧନୁ ପରି ମନୁଷ୍ୟ ଜୀବନ

  ପ୍ରଭୁଇ ଭିଆଣ ଯହିଁ,

ଅଟେ ସତ୍ୟପରା ଧାତାର ଭିଆଣ

  ଅନ୍ୟ ସବୁମିଥ୍ୟା ତହିଁ।


ମନୁଷ୍ୟ ଧରମ ସତ୍ୟ ତ୍ୟାଗ କର୍ମ

  ରାଷ୍ଟ୍ର ସେବା ସର୍ବୋତ୍ତମ,

ସେବା ଜନତାଙ୍କ ଜୀବନେ କର୍ତ୍ତବ୍ୟ

  ସ୍ଥାନ ଭାଇ ଉଚ୍ଚତମ।


ଭକ୍ତି କାଳିଆର ଜୀବନେ କର୍ତ୍ତବ୍ୟ

  ରହୂ କର୍ତ୍ତବ୍ୟର ପଥେ,

ଇନ୍ଦ୍ରଧନୁ ପରି କେବେ ଲିଭି ଯିବ

  ନଯିବରେ କିଛି ସାଥେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract