STORYMIRROR

Gautam Das

Abstract

3  

Gautam Das

Abstract

କଥା ଲୋକକଥା

କଥା ଲୋକକଥା

1 min
124

କଥା କହିବାକୁ କଥା କହିଥାଏ

କଥା ରହିଯାଏ କଥା କଥାକୁ 

କହି ହୁଏନାହିଁ ଯଥା ପଛକଥା

ନ କହିବା କଥା ଆସେ କଥାକୁ ।


କଥା ପଛ କଥା ଆଗକୁ ନ ଆସେ 

ଆଗ କଥା ଯୋଡେ଼ ପଛ କଥାକୁ

ପଛ କଥା ଯେବେ ଆଗେ ଆସିଯାଏ

ରହିଯାଏ କଥା ଅଧା କଥାକୁ ।


କଥା ମନ କଥା କଥା ଘେରିଥାଏ 

କଥାରେ କଥାରେ କଥା ସବୁକୁ

ଆଗ କଥା ପଛ କଥା ସବୁକଥା

ଅକଥା କଥା କରେ କୁହାକଥାକୁ।


ସଭିଂକ କଥାକୁ କଥାରେ କଥାରେ 

କୁହେ କଥାକୁହା କଥା କହିବାକୁ 

କଥା ବଢିଯାଏ ଅକଥା କଥାକୁ 

ସବୁ କଥା କୁହାକରେ ସଭିଂକୁ ।


ବଡ ଭଡ ଭଡ କରି ଛୋଟକଥା

ଛୋଟଂକୁ କଥାରେ ଅକଥା କହିଲେ

ଛୋଟ ସବୁକଥା ମନେ କରି କଥା 

କଥାରେ କହିବେ ବଡ଼ଂକୁ ଅକଥା ।


କଥାରେ କଥାରେ କୁହା ଯଥା କଥା

କଥା ରହିଥାଏ ହୋଇଥାଇ କଥା

ସେ କୁହା କଥାରୁ ଲେଖା ହୁଏ କଥା

କୁହା ଯାଇଥାଏ ତାକୁ ଲୋକକଥା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract