Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା

Abstract Inspirational

3  

କବିରତ୍ନ ନୂତନ କୁମାର ବେହେରା

Abstract Inspirational

ମୁଁ ଆଳୁ

ମୁଁ ଆଳୁ

1 min
151


ମୁଁ ଆଳୁ

ମନେନାହିଁ ମୋର ଜନମିଛି କେଉଁ କାଳୁ

ବିଲାତରୁ ଆସି ଭାରତେ ବଢୁଛି

ଚାହିଦା ମୋର ବଢି ଚାଲିଛି

ଫଳି ବାହାରୁଛି ମୁଁ ମାଟି ତଳୁ ।


ମୁଁ ଆଳୁ

ଚେହେରା ମୋର ପ୍ରାୟତଃ ଗୋଲଗାଲ୍

ସୁନ୍ଦର ଯେମିତି ବୁନ୍ଦିଆ ଲଡୁ

ପୃଥିବୀର ଛୋଟ ନମୁନାଟିଏ ହୋଇ ମୁଁ

ହଟେନା କେବେ ରୋଷେଇ ଶାଳୁ ।


ମୁଁ ଆଳୁ

ସବୁ ପ୍ରକାରର ପରିବା ସାଥୀରେ ମିଶେ

ବଜାରରେ ସବୁଦିନ ମୋର ଭାଉ

ଦର ଦାମ୍ ଯେତେ ଯା' ହେଉ

ସମସ୍ତଙ୍କର ହୁଏ ମୁଁ ଶ୍ରଦ୍ଧାଳୁ ।


ମୁଁ ଆଳୁ

ହୋଇ ସମସ୍ତଙ୍କର ପ୍ରିୟ

ମଧୁମେୟ ରୋଗୀଠାରେ ମୁଁ ଅପ୍ରିୟ

ଦୂରେଇ ରୁହେ ତାଙ୍କଠୁ ଜାଣିଲା ବେଳୁ

ମୁକୁଳାଇ ରଖିବାକୁ ରୋଗ ଜଞ୍ଜାଳୁ ।


ମୁଁ ଆଳୁ

ମୋତେ ନେଇ ଥଟ୍ଟା ମଜା କରନ୍ତି ସବୁ

ହାରିଗଲେ କୁହନ୍ତି ଖାଇଲୁ ଆଳୁ

ଅସଫଳତାର ପ୍ରତୀକ ଶୂନଭାବେ ମୁଁ

ବ୍ୟବହୃତ ହୁଏ ସୃଷ୍ଟି ଆରମ୍ଭ କାଳୁ ।


ମୁଁ ଆଳୁ

ଭେଦଭାବ ନାହିଁ ମୋର ବିଦେଶୀ ବୋଲି

ଭେଜାଲ୍ ହୁଏନି ରହେ ଅସଲି

ମୁଁ ଚିର ସୁନ୍ଦର ଯୁବା ଛୁଆ ବେଳୁ

ଦିନ ମୋ ସରେ ସେବା କଥା ଭାଳୁ ଭାଳୁ ।


ମୁଁ ଆଳୁ

ଜନସେବାରେ ଜୀବନ ମୋ ଉତ୍ସର୍ଗୀକୃତ

ସୁଖ ଶାନ୍ତିରେ ରହୁ ସାରା ଜଗତ

ସୁରକ୍ଷିତ ହେଉ ମହାକାଳୁ

ହସ ଖୁସିରେ ଯିଏ ଯା'ର ପରିବାର ପାଳୁ ।


ମୁଁ ଆଳୁ

ମୋ ଭିତରେ ପାଠ ଅଛି ଓଡି଼ଆରେ 'ଠ'

ଇଂରାଜୀରେ '୦'(ଓ) ଅଙ୍କରେ (ଶୂନ) '0'

ସୃଷ୍ଟିତତ୍ତ୍ବର ବିଶେଷ ସ୍ଵରୂପ ଆଳୁ

(ଠ)ଶୂନରୁ ଉତ୍ପତ୍ତି ଶେଷ ବି ହୁଏ(ଠ)ଆଳୁ

ମୁଁ ଆଳୁ ।


Rate this content
Log in