STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଅଙ୍କା ବଙ୍କା ହସ୍ତ ରେଖା

ଅଙ୍କା ବଙ୍କା ହସ୍ତ ରେଖା

1 min
182

 ହୋଇପାରେ ସେ ହସ୍ତରେଖାରେ

ବିଧାତା ରଚି ଥାଇପାରେ ତୁମ ଜୀବନ ଜାତକ,

ହୋଇପାରେ ସେ ଅଙ୍କା ବଙ୍କା ରେଖାରେ

ଲେଖା ଥାଇପାରେ ତୁମ ଭବିଷ୍ୟର ଜ୍ୱଳନ୍ତ ସ୍ତବକ,

କିନ୍ତୁ ଭ୍ରମିତ ହୁଅନା କେବେ 

କେଉଁ ଭବିଷ୍ୟ ବକ୍ତାର ଧୁମ୍ର ଆତସବାଜିରେ

ଯେ ଆଖିକୁ ଜଳକା କରି ଇନ୍ଦ୍ରଜାଲେ ଛନ୍ଦି ଦେବ

ମସ୍ତିଷ୍କରେ ଲେଖି ଦେଇ କେଉଁ ଏକ ଆସନ୍ନ ତୋଫାନର

ଧ୍ଵଂସମୁଖି କାରୁଣ୍ୟ ସଂଳାପ। 


ଯଦି ବା ସେ ରେଖା ଲେଖା ସତ୍ୟ, ତେବେ ଜାଣ

ତୁମ କର୍ମଫଳେ ହିଁ ଅଙ୍କା ହୁଏ ତା ପ୍ରତି ବିନ୍ଦୁ ମାନ

ସମ୍ପର୍କ, ପରିସ୍ଥିତି ଓ ଯେତେ ସବୁ ଅବସ୍ଥା ବ୍ୟବସ୍ଥା

ଆଉ କିଛି ନୁହେଁ ତୁମ କାର୍ଯ୍ୟ ଓ ଚରିତ୍ରର ସ୍ଵ-ପ୍ରତିଫଳନ। 

ତେଣୁ ତୁମ ଆଜିର ଚିନ୍ତନ ଓ କର୍ମ ବ୍ୟବହାର

ଲେଖିବସେ ଆସନ୍ତା କାଲିର ଜୀବନ ଦର୍ଶନ। 


ଯଦି ସେ ରେଖା ତୁମ କହୁଥାନ୍ତା ଭବିଷ୍ୟ ଚାଳିଶା

ତେବେ ସେ ହସ୍ତ ହୀନ ଲୋକଟିର ନାହିଁ ବୋଧେ ଭାଗ୍ୟ କି ଭବିଷ୍ୟ। 

ତୁଛା ସେ ଅଙ୍କା ବଙ୍କା ରେଖାର ମାୟାରେ ନା ହୋଇ ଚକିତ

କର୍ମେ ଲେଖ ଧର୍ମ ତୁମେ ଆନାୟାସେ ଲଭିବ ସନ୍ତୋଷ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract