Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract

3  

Sukadev Mahanta

Abstract

ଗୁରୁଜୀ ପ୍ରଣାମ

ଗୁରୁଜୀ ପ୍ରଣାମ

1 min
135


 

ହେ ଗୁରୁଜୀ ତୁମେ    ପ୍ରାତଃ ସ୍ମରଣୀୟ 

  ଗତ ଚିର ବନ୍ଦନୀୟ  ତୁମେ 

ଅଜ୍ଞାନ ତିମିର  କରି ଦେଇ ଦୂର

    ଜ୍ଞାନାଲୋକ ଜାଳ ତୁମେ ||

ତୁମରି ଆଶିଷେ   ମିଳେ ଶୁଭ ଫଳ 

    ସକଳ କାର୍ଯ୍ୟ ସଫଳ 

ତୁମ ଦୁଇ ହାତ   ଛାୟା ପ୍ରଦାୟକ 

   ହୋଇ ରହୁ ଚିର କାଳ || 

ଅବାଟରେ ଗଲେ    ବାଟକୁ ଆଣିଣ 

    ଜୀବନ ଗଢିବା କାମେ

ଜୀବନ ଯୁଦ୍ଧରେ  ସାହସେ ଲଢିବା

   ଜିତିବା ଶିଖାଅ ତୁମେ || 

ତୁମ କୃପା ବାରି     ପାଥେୟ ସବୁରି

    ନାହିଁ କେହି ତୁମ ସମ

ତୁମେ ଦୟାନିଧି    ଜ୍ଞାନର ଜଳଧି 

      ସ୍ନେହ କ୍ଷମା ଅନୁପମ || 

ତୁମ ଶିକ୍ଷା ବିନା   ସକଳ ଅଚଳ 

      ଚାଲି ପାରିବନି କିଛି 

ସଂସାର ନାମକ  ଶବଦ ବିଶ୍ବରୁ

   ହୋଇ ଯାଇ ପାରେ ପୋଛି ||

ତୁମେ ବ୍ରହ୍ମା ବିଷ୍ଣୁ    ତୁମେ ମହେଶ୍ବର 

   ତୁମେ ସାକ୍ଷାତ ଈଶ୍ବର 

ତୁମେ ପରଂବ୍ରହ୍ମ    ସଂସାରରେ ସାର

     ଘେନ ପ୍ରଣତି ମୋହର ||

 



Rate this content
Log in

Similar oriya poem from Abstract