STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସ୍ନେହ ମମତାର ଅଭୁଲା ରାକ୍ଷୀ

ସ୍ନେହ ମମତାର ଅଭୁଲା ରାକ୍ଷୀ

1 min
109


ପବିତ୍ର ବନ୍ଧନ  ଏହା  ପରା  ପ୍ରୀତିର ବନ୍ଧନ


ବାନ୍ଧି ଦିଏ ଡୋର ଗେହ୍ଲା ଭଉଣୀ ଭାଇ ହସ୍ତେଣ


      ରାକ୍ଷୀ ପୂର୍ଣ୍ଣିମାର ଦିନ 


କରେ ମଙ୍ଗଳ କାମନା କରେଟି ଭକ୍ତି ପୂଜନ !


ଜଗନ୍ନାଥଙ୍କର ରହୁ ନଜର  ବିନତୀ  ପଦେ


ହେଉ ଚିରଞ୍ଜିବୀ ଭାଇ,ଭଉଣୀ କାମନା ହୃଦେ


      ଭଉଣୀର ଶବ୍ଦେ ଶବ୍ଦେ


ପ୍ରେମ ପ୍ରୀତି ଶ୍ରଦ୍ଧା ଗୁଞ୍ଜେ ମଧୁର ଖୁସିର ନାଦେ !


ସୁରକ୍ଷା ବଚନ ଦିଏ ଭାଇ ଭଉଣୀ ପ୍ରୀତିରେ


ଠିଆ ତା ରହିବ ଭାଇ, ଭଉଣୀ ଦୁଃଖ ସୁଖରେ 


       ବଚନ ତା ଭଉଣୀରେ


ଦୂର କରୁ ଥିବ ସବୁ କଷ୍ଟ  ବିପଦ କାଳରେ !


ତିରିଶି ତାରିଖ  ରାକ୍ଷୀ ପରା ଅଗଷ୍ଟ ମାସର


ରାକ୍ଷୀ ପୂର୍ଣ୍ଣିମା ଟି ଅଟେ ପରା ରକ୍ଷାବନ୍ଧନର


      ଭଉଣୀ ଖୁସି ଅପାର


ବାନ୍ଧିବ ରେଶମ ଡୋର ଭଉଣୀ ଭାଇ ହସ୍ତର !


ଡୋର ନୁହେଁ ଏହା ଅଟେ ପରା ପ୍ରୀତିର ବନ୍ଧନ 


ପୌରାଣିକ କାଳୁ ତାର ପରା ରାଷ୍ଟ୍ରରେ ପାଳନ


      ରାକ୍ଷୀର ପରା ବନ୍ଧନ


ବାନ୍ଧି ଥିଲେ ପରା ରାକ୍ଷୀ ଦ୍ରୌପଦୀ କୃଷ୍ଣଙ୍କୁ ପୁଣ !


ଭଉଣୀର ଲଜ୍ୟା ଦୂର ଭାଇ କୃଷ୍ଣ କରି ଥିଲେ  


କୌରବ ସଭାରେ କୃଷ୍ଣ ବସ୍ତ୍ର କୋଟି ଦେଇ ଥିଲେ 


       ତା କାହୁଁ ପାପୀ ଜାଣିଲେ


ଭଉଣୀ ଇଜ୍ଜତ ପରା ଭାଇ କୃଷ୍ଣ ରକ୍ଷା କଲେ !!


କେତେ ଇତିହାସ ତାର ହିନ୍ଦୁ ସନାତନ ଶାସ୍ତ୍ରେ


ପବିତ୍ର ପରବ ଏହା  ପାଳିତ ହୁଏ ଟି ରାଷ୍ଟ୍ରେ


        ଚାହିଁଛି ଭଉଣୀ ନେତ୍ରେ 


ବାନ୍ଧିବ ଟି ରାକ୍ଷୀ ଡୋର ପ୍ରେମ ପ୍ରୀତି ଶ୍ରଦ୍ଧା ସୂତ୍ରେ !


ଭାଇର ହାତରେ ଅଛି ଗେହ୍ଲା ଭଉଣୀର ରାକ୍ଷୀ 


ସ୍ନେହ ମମତାର ଅଟେ ପରା ଅଭୁଲାର  ସାକ୍ଷୀ


        ସୁରକ୍ଷା କର୍ତ୍ତବ୍ୟ ଧରି 


ଭଉଣୀ ରଖିବ ଭାଇ  ଅତି  ହିଁ ସୁରକ୍ଷା କରି !


ସଭାପତି ଉତ୍କଳ ସମ୍ମିଳନୀ ଷଢେ଼ଇକଳା ଖରସୁଆଁ ଜିଲ୍ଲାର

     ରାଜନଗର ବ୍ଳକ ଶାଖା ଝାଡ଼ଖଣ୍ଡ ରାଜ୍ୟ !


Rate this content
Log in

Similar oriya poem from Abstract