STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଦେବଭୂମି ହିମାଳୟ

ଦେବଭୂମି ହିମାଳୟ

1 min
110


ଭାରତର ବଡ଼ ପର୍ବତ ଅଟଇ

   ହିମାଳୟ ଯା'ର ନାମ

ହୃଦୟ କନ୍ଦରେ ଭରି ରହିଅଛି

   ନାନା ଔଷଧୀୟ ପ୍ରାଣ।


ମୁନିଋଷିଙ୍କର ସାଧନାର ପୀଠ

   ଗଙ୍ଗାନଦୀ ଯା'ର ଝିଅ

କଳକଳ ନାଦ ଦେଇ ବୋହିଯାଏ

   କି ବର୍ଣ୍ଣନା କରିବ କୁହ?


ଭାରତର ବଡ ଯେ' ମୁକୁଟ ଅଟେ 

   ସୋନ୍ଦର୍ଯ୍ୟର ଗନ୍ତାଘର

ବାରମାସ ଯାଏଁ ଥଣ୍ଡା ରହିଥାଏ

   ଏକାକାର ନିରନ୍ତର।


ଜୀବନଟା ଧନ୍ୟ ହୋଇଥାଏ ତାଙ୍କ

   ଯିଏ ବାସକରେ ସେଠି

ପ୍ରେମର ସଂସାର ବଢାଇ ବଞ୍ଚିଛି

   ଧନରେ କରିକି କୋଠି।


ପ୍ରେମର ମନ୍ଦିରେ ଧର୍ମର ପଥକୁ

   କୋଟିଏ ପ୍ରଣାମ କରେ

ସ୍ନେହରେ କୋଳେଇ ଲୋକଙ୍କୁ ରଖିଥା

   ଅନୁରୋଧ ମୋର ବାରେ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract