Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସନାତନ ଦାସ

Abstract

3  

ସନାତନ ଦାସ

Abstract

ଜୀବନ କାଇଁ

ଜୀବନ କାଇଁ

1 min
155


ଜୀବନ,

ମାଟି କାନ୍ଥରେ ଲିପା ହୋଇଥିବା ମାଟି ପରି,

ପରସ୍ତ ପରସ୍ତ କରି ମଜଭୁତ କରିବାର ଦୁର୍ବାର ପ୍ରୟାସ ।


ଜୀବନ,

ପାଟିକୁ ରୁଚୁ ନ ଥିବା କ୍ଷୀର ସର ଲବଣୀର ସ୍ଵାଦ,

ଅଦିନରେ ବାସି ପଖାଳ ଆଉ ଶୁଖୁଆ ପୋଡାର ଉଦର ଶାନ୍ତି ଖୋରାକି ।


ଜୀବନ,

ବ୍ରାଣ୍ଡେଡ୍ ଚପଲ ପସନ୍ଦ ଆସୁ ନଥିବା ପାଦରେ ଆଜି ସାତ ସିଆଁ ସ୍ପଞ୍ଜ ହଳେ,

ଚାଳ ଛପର ଉପରେ କଖାରୁ ଡଙ୍କ ମାଡ଼ି ମାଡ଼ି ବାଲକୋନୀ ଖୁଣ୍ଟି ରେ ଗୁଡେ଼ଇ ହୋଇଯିବା ।


ଜୀବନ,

ପାଖେ ସୁଖ ପାଖେ ଦୁଃଖର ଯୁଗଳ ବନ୍ଦିରେ

ହସ ଲୁହ ତାଳରେ ଦିନରାତି କଟିଯାଏ ,

ମୃତ୍ୟୁର ପାହାଚ ସବୁ ଧିରେ ଧିରେ ପାଖେଇଆସେ।


Rate this content
Log in

Similar oriya poem from Abstract