ତିନୋଟି କବିତା
ତିନୋଟି କବିତା
-ସ୍ବପ୍ନ-
ଚେଇଁ ଶୋଇକରି ସ୍ବପ୍ନ ଦେଖୁଥିଲେ
ସାକାର କି ହୋଇଥାଏ
ସ୍ବପ୍ନରେ ବିଶ୍ବର ଶ୍ରେଷ୍ଠ ଶାସକଟେ
ହେଲେ ରାଜା କୁହେ କିଏ
ଏଠାରୁ ଦୂରେଇ ଯିଏ
କର୍ମ କରିଥାଏ ପର ପାଇଁ ସଦା
ସ୍ବପ୍ନ ତା' ସ୍ବାର୍ଥକ ହୁଏ।
-ସଫଳତା-
ନିସ୍ବାର୍ଥ ଭାବନା ହୃଦୟ କୋଣରେ
ଥୋଇକି କରେ ଯେ'କର୍ମ
ସ୍ବାର୍ଥଥିଲେ ତାକୁ ତଳେ ଖସାଇବା
ଏହା ଈଶ୍ଵରଙ୍କ କାମ
ଧରି ଗୁରୁଙ୍କର ନାମ
କର୍ମ କରୁଥିଲେ ସଫଳତା ମିଳେ
ଭାବିବନି ଏହା ଭ୍ରମ।
-ଭବିଷ୍ଯତ-
ଭବିଷ୍ଯତ ଚିନ୍ତା ନ କରି ସର୍ବଦା
ବର୍ତ୍ତମାନ ଚିନ୍ତା କର
କିଏ ଜାଣେ କାଲି ଏ ଜୀବନ ହୃଦୁ
ଥିବ କି ନ ଥିବ କା'ର
ପାଣି ଫୋଟକା ଏ ଝର
ଅତୀତ ଗଲାଣି ଭବିଷ୍ଯତ ପରା
ଅନିଶ୍ଚିତ ଏ ବିଶ୍ବର।
