ମାଆ
ମାଆ
ମାଆଟି ମୋର କେଡେ ନିଜର
ତାପରି କେହି ନାହିଁ
ସରଗ ସୁଖ ତାହାରି କୋଳେ
ପଲଙ୍କ ଲୋଡା ନାହିଁ ।
ତା ହାତ ରନ୍ଧା ତା କାନି ବନ୍ଧା
ଖାଇବା ଦେଲେ ମୋତେ
ହାତ ବାସନା ନାକରେ ଥାଏ
ମନ ଖୋଜଇଁ ସେତେ ।
ଚୂଲି ମୁଣ୍ଡରେ ବସିଲେ ମାଆ
ତା ରୂପ ଦେଖୁଥାଇ
ସବୁଠୁ ବଡ ସୁନ୍ଦର ବେଶ
ମନ୍ଦିରେ ଦେଖି ନାହିଁ ।
ତାଠାରୁ ବଡ ଗୁରୁଜୀ ଆଗ
ନାହିଁ ମୋ ପାଠ ଶାଳେ
ଚୂଲି ମୁଣ୍ଡରେ ବସି ମୋ ମାଆ
ପାଠ ପଢାଇ ଚାଲେ ।
ତା ପଛେ ଲୁଚି ଖେଳିବା ମଜା
କେଉଁଠି ମିଳେ କୁହ
କାନ ମୋଡାଟା ଆଉଁସା ପରି
ମିଛେ ଗଡ ଇଁ ଲୁହ ।
ମାଆ ମୋହର ଜ୍ଞାନଦାୟୀନୀ
ସୁ ପଥେ ଯିବା ପାଇଁ
ସତ କହିଲେ ଭାତ ମିଳିବ
ସର୍ବଦା କୁହେ ସେହି ।
