ଭୂଲ୍
ଭୂଲ୍
କାହିଁକି ଅତୀତ ଏତେ ମତେ ପୋତେ
ଗୋଟିଏ ଭୂଲ୍ କୁ ସୁଧାରିବା ଡରରେ
ଏ ଜୀବନ ବାରବାର ଭୁଲ୍ କରେ
ଏ ଭୁଲ୍ କରିବା ବି କଣ ଭାଗ୍ୟରେ ଲେଖା
ଧିରେ ଧିରେ ମୋ ଉପରକୁ ଚଢୁଥାଏ
ଭୁଲ୍ ର କଂକ୍ରିଟ,
ଅନୁତାପ ବି କରେ
ହାତ ଯୋଡେ ସେ ଅଧା ଖଣ୍ଡିଆ ଠାକୁର କୁ
ପୁଣି ନୁଆ କରି ସ୍ରୃଷ୍ଟି କରେ ମୋ ଜୀବନ
ପ୍ରତିଥର ଭଳି ଆଉଗୋଟେ ନୂଆ ଭୁଲ୍ ,
କେତେ ଆଉ ଏ ସମୟ ଘାନ୍ଟିବ
ସବୁଥର ପରି ମୁଁ ସେଇ ଖାରିଆ -
ଯେତେବେଳେ ସମସ୍ତେ ମହୁ ପାଲଟୁଥାନ୍ତି,
ଇର୍ଷା ଲାଗେ ହେଲେ କଣ ହବ
ଅତୀତ ପା ବସି ଗୁଣ ବଖାଣେ
ଟକିନିଖି କରି ହିସାବ କରେ ଭୁଲ୍ ର
ହେଲେ ଭାଗଶେଷ ଶୂନ ହୁଏନି
ସମୟ ବହୁଥର ଆସି ମୋ
କବାଟ ବାଡେଇଚି,
ଚେତେଇ ଦେଇଚି ମତେ ଏଇଟା ତୋର ଶେଷ କ୍ଷମା
ଶୁଣି ନଥିଲି ବୋଲି ଯା
ଆଜି ଏ ଜୀବନ ଜାଳୁଚି
ପୁଣି ଇଛା ସେ ଅତୀତକୁ ଫେରିବାକୁ
ସବୁ ଭୁଲ୍ କୁ ଠିକ୍ କରିନବାକୁ
ହେଲେ ଜାଣିନି , ଆଜି
ଜଣାତରେ ଠିକ୍ କରିବା ବେଳେ
ଏ ହାତରେ ଅଜଣାତେ ଭୁଲ୍ ହେଇଯାଉଚି ।