STORYMIRROR

Rabindra kumar Sahoo

Abstract

3  

Rabindra kumar Sahoo

Abstract

ଦୂର ଭାଷ ଯନ୍ତ୍ର

ଦୂର ଭାଷ ଯନ୍ତ୍ର

1 min
139

 ଦୂର ଭାଷ ଯନ୍ତ୍ର

 କି କରିଲା ମନ୍ତ୍ର

 କବି କବୟିତ୍ରୀ ଙ୍କୁ 

 କରିଛି ପାଗଳ

 ନାନା (ସାହିତ୍ୟ) ଅନୁଷ୍ଠାନ

  କେବେ ଦ୍ୟିନ୍ତି ଫୁଲ ମାଳ ମାନ

  କେବେ ପୁଣି ଭର୍ତ୍ସନା ରେ ପୂର୍ଣ୍ଣ

  ଧନ୍ୟ ଧନ୍ୟ ଆମ

  କବି କବୟିତ୍ରୀ ଙ୍କ ଧୈର୍ଯ୍ୟ ଧନ୍ୟ ।


   ମିଠା ମିଠା କଥା କହି

   କରି ନିମନ୍ତ୍ରିତ

   ତା ପରେ ମାରନ୍ତି କେତେକ

   ଆଗୁଆ ପୁଣି କେ ପଛୁଆ ନାତ

   ଯୁଗେ ଯୁଗେ କବି କବୟିତ୍ରୀ ଗଣ

   କାହିଁକି ହୁଅନ୍ତି ଏତେ ହୀନିମାନ

   ଜାଗ ଜାଗ ମୋ ଭାଇ ଭଉଣୀ

   କବି କବୟିତ୍ରୀ ଗଣ

  ରକ୍ଷା କର ଆଗ

  ଆମ ମାନ ସମ୍ମାନ

   ରକ୍ଷାକର ଆଗ ନିଜ ଆତ୍ମସମ୍ମାନ ।

  

  କବିର କବିତା ଲେଖକର ଲେଖା

  କ'ଣ ଏତେ ମୂଲ୍ୟହୀନ

  ସ୍ଵାଭିମାନ ଆତ୍ମସମ୍ମାନ 

  ଯେଉଁଠାରେ ନାହିଁ

  ମୋ ଭାଇ ଭଉଣୀ ଗଣ

  ଶସ୍ତା ହୁଅନି ଶସ୍ତା ହୁଅନି 

  ମୋ ଭାଇ ଭଉଣୀ ଗଣ

  ମୁଖ ପୁସ୍ତିକା ରେ ନିଜ ଲେଖାକୁ

  କରନ୍ତୁ ପ୍ରେରଣ

 କବି କବୟିତ୍ରୀର ମୂଲ୍ୟ ଯେ ବୁଝେନା

 ସାହିତ୍ୟ ର ଅବା ସେ କି ବୁଝିବ ଗୁଣ

 ସୂର୍ଯ୍ୟ ଙ୍କ ଆଲୋକେ

 ଆଲୋକିତ ଏ ଧରା

 ଦୀପ ଟିଏ ମଧ୍ୟ ଦିଏ ଆଲୋକର ଧାରା

 ଖଦ୍ୟୋତ ଟିଏ ବି ତା ପ୍ରାଣ ପଣେ

  ଆଲୋକିତ କରିଥାଏ ଏ ଧରା

  କବି ଲେଖକ ଙ୍କୁ ନ ମଣ କେ ହୀନ

  ଦୂର ଭାଷ ଯନ୍ତ୍ରେ ଗଢିଛ ବୋଲି

  ସାହିତ୍ୟ ଅନୁଷ୍ଠାନ ମାନ 

  କବି ଲେଖକଙ୍କୁ ପ୍ରଥମେ ଦିଅନ୍ତୁ ସମ୍ମାନ

  ନିଶ୍ଚୟ ବଢିବ ସାହିତ୍ୟ ର ମାନ 

  ଚାହୁଁଛନ୍ତି ଯଦି ମାତୃଭାଷା ର ଉନ୍ନତି

  ପ୍ରଥମେ ସଂସ୍କାରୀ ହୋଇ

  ଶୃଙ୍ଖଳିତ କର ନିଜ ମତିଗତି

   ନିଜର ନ ଥିଲେ ସଂସ୍କାର

   କି ଉନ୍ନତି ଆଣିବ ଭାଷାର ?


   ଦୂର ଭାଷ ଯନ୍ତ୍ର ମନ୍ତ୍ରେ ମୁଗ୍ଧ ହୋଇ

   ଯଦିବା ସୃଷ୍ଟି କରିଛେ

    ଆମେ ସଭିଏଁ ଆମ ପରିଚୟ

   ସ୍ଵାଭିମାନ ଆତ୍ମସମ୍ମାନ କୁ ଭୁଲି

   ମାନପତ୍ର ପାଇବାକୁ

    ନ ହୁଅନ୍ତୁ କେହି ଅଥୟ

    ଯେଉଁ ଅନୁଷ୍ଠାନ ଦେଉନି ସମ୍ମାନ

    ତା ଠାରୁ ଦୂରେଇ ଯାଆନ୍ତୁ

    କବି କବୟିତ୍ରୀ ଙ୍କ କବିତା

     ଆମ ଭାଷା 

     ଆମ ସାହିତ୍ୟ କୁ ଭଲ ପାଆନ୍ତୁ।


   କା ଠାରେ ମୋ'ର ନାହିଁ ରୋଷ

   କାହାକୁ ମୁଁ ବି ଦେଉନାହିଁ ଦୋଷ

   ସମୂହ କବି କବୟିତ୍ରୀ କୁଳକୁ

    ଏହାର ମୋର ଅନୁରୋଧ

   ଏକତା ସୂତ୍ରରେ ବାନ୍ଧି ହେବା ପାଇଁ

   ହେବା ଆମେ ସଭିଏଁ ସଂକଳ୍ପବଦ୍ଧ

    ଏ ନୁହେଁ ମୋ'ର ଗର୍ବ କି 

      ନୁହେଁ ମୋ'ର ଅହଂକାର

    କବି କବୟିତ୍ରୀ ଙ୍କ କଥା ବ୍ୟଥା

     ମାନ ସମ୍ମାନ ସ୍ଵାଭିମାନ ର

    ଶୋଷଣ କଷଣୁ 

   କବି କବୟିତ୍ରୀ କୁଳ ବଞ୍ଚୁ

   ସମାଜେ ସ୍ଵାଭିମାନ ର ସହ ବଞ୍ଚୁ

     ଏହି ସାମାନ୍ୟ ପ୍ରୟାସ ମୋହର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract