STORYMIRROR

Akankshyamayee Dash

Abstract Inspirational Others

3  

Akankshyamayee Dash

Abstract Inspirational Others

ଝିଅ ର ଜନମ

ଝିଅ ର ଜନମ

1 min
191


ଛୋଟ ବେଳେ ଝିଅ ସଭିଙ୍କର ପ୍ରିୟ

ଅଟେ ସେ ଜଗ ଜନନୀ,

ବଡ଼ ହେଲା ପରେ କି ତାର ଦୁର୍ଭାଗ୍ୟ

ସାଜେ ସେ କାହା ଘରଣୀ।


ବୟସ ବଢିଲେ ଏତେ ସଜାଡ଼ିଲେ

କରିଲେ ତାକୁ ବିବାହ,

ସମୟ ବଦଳେ ତାହା କାଳେକାଳେ

କେତେ ଦୁଃଖ ପାରିବାହ। 


ଝିଅ ସଙ୍ଗେ ସଙ୍ଗେ ଯୌତୁକ ମାଗିଲେ

ଏ ଅଟେ ବିବାହ ପ୍ରଥା,

ଝିଅ ଜନ୍ମ ହେଲେ ସବୁ ପିତାଙ୍କର

ବଡ଼ ଚିନ୍ତା ବଡ଼ ବ୍ୟଥା।


ବାପ ଘରୁ ସିଏ ଶାଶୁ ଘର ଯାଏ

ଅଟଇ ବିଧି ବିଧାନ,

ବୟସ ବଢିଲେ ବିବାହ ଦିଅନ୍ତି

ନଜାଣି ଝିଅର ମନ।


ଯୌତୁକ ପ୍ରଥା ଦିଏ ଅତି ବ୍ୟଥା

ଘଟାଏ କେତେ ଘଟଣା,

ଶାଶୁଘରେ କାମ କରିବାକୁ ପଡେ 

ନମିଳେ କିଛି ପାଉଣା।


ଘରକୁ ସୁନ୍ଦର ମନୋରମ କରେ

ଝିଅ ଟିଏ ଥିଲେ ଘରେ,

ପିତାମାତାଙ୍କଠୁ ଦୂର ହୋଇ ମନେ

ଲହୁଲୁହାଣ ଯେ ଝରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract