ଝିଅ ର ଜନମ
ଝିଅ ର ଜନମ
ଛୋଟ ବେଳେ ଝିଅ ସଭିଙ୍କର ପ୍ରିୟ
ଅଟେ ସେ ଜଗ ଜନନୀ,
ବଡ଼ ହେଲା ପରେ କି ତାର ଦୁର୍ଭାଗ୍ୟ
ସାଜେ ସେ କାହା ଘରଣୀ।
ବୟସ ବଢିଲେ ଏତେ ସଜାଡ଼ିଲେ
କରିଲେ ତାକୁ ବିବାହ,
ସମୟ ବଦଳେ ତାହା କାଳେକାଳେ
କେତେ ଦୁଃଖ ପାରିବାହ।
ଝିଅ ସଙ୍ଗେ ସଙ୍ଗେ ଯୌତୁକ ମାଗିଲେ
ଏ ଅଟେ ବିବାହ ପ୍ରଥା,
ଝିଅ ଜନ୍ମ ହେଲେ ସବୁ ପିତାଙ୍କର
ବଡ଼ ଚିନ୍ତା ବଡ଼ ବ୍ୟଥା।
ବାପ ଘରୁ ସିଏ ଶାଶୁ ଘର ଯାଏ
ଅଟଇ ବିଧି ବିଧାନ,
ବୟସ ବଢିଲେ ବିବାହ ଦିଅନ୍ତି
ନଜାଣି ଝିଅର ମନ।
ଯୌତୁକ ପ୍ରଥା ଦିଏ ଅତି ବ୍ୟଥା
ଘଟାଏ କେତେ ଘଟଣା,
ଶାଶୁଘରେ କାମ କରିବାକୁ ପଡେ
ନମିଳେ କିଛି ପାଉଣା।
ଘରକୁ ସୁନ୍ଦର ମନୋରମ କରେ
ଝିଅ ଟିଏ ଥିଲେ ଘରେ,
ପିତାମାତାଙ୍କଠୁ ଦୂର ହୋଇ ମନେ
ଲହୁଲୁହାଣ ଯେ ଝରେ।
