STORYMIRROR

Akankshyamayee Dash

Abstract Children Stories Comedy

4  

Akankshyamayee Dash

Abstract Children Stories Comedy

ସତକହ ରେ କାଳିଆ

ସତକହ ରେ କାଳିଆ

1 min
388

ସତକହ କାଳିଆ ତୁ କାହାର ଠାକୁର

 ବ୍ରାହ୍ମଣ ର, କ୍ଷତ୍ରିୟ ର ନା ବଶ୍ୟ ଶୁଦ୍ର ର.... ।


ତୁ ଯଦି ଠାକୁର କେବଳ ବ୍ରାହ୍ମଣ ର

 ତୋତେ କେମିତି ପୂଜିବି 

  ତୁ ଯଦି ଶୁଦ୍ର ର ମୁ ଦିପାଳି

  ଜ।ଳିବି କେମିତି..... ।

 ତୁ ଯଦି ଠାକୁର ଭାବ ଭକତି ର

 କାହିଁକି ଏ ମଣିଷ ଏତେ ନିଷ୍ଠୁର ।।

ତୋ ଦୁଆରେ ଯିବା ପାଇଁ ଆଡ ଆକଟ ......

 ଦୁଃଖିନୀ ଟେ ଯିବା ପାଇଁ ପାଉନି ବାଟ.....।।


 ରଥ ରେ ଆସିବୁ ବୁଲି ଜଗତ ଦେଖିବ

 ପବିତ୍ର ଘୋଷ ଯାତ୍ରା ସଂସାରେ ବିଦିତ....।।

ବଳରାମ ଦାସ ଗଢି ବାଲି ରଥଟିଏ

  ଭକତି ରେ ଡାକି ଦେଲେ ଚାଲି ଗଲ ତୁମେ ।


 ଦାସିଆ ନଡ଼ିଆ ନେଲ ହାତ ବଢେଇ

 ରଥ ଚକା ତଳେ ମୋତେ ଦିଅ ଗଡ଼େଇ ।

 ଯାଇ ପାରିନାହିଁ କେବେ ତୋରି ଦୁଆରେ....

ଏଇଠୁ ମିନତୀ ମୋର ରଖ କାଳିଆ ରେ...।।


 ଚକା ଚକା ଆଖି ରେ ତୁ ଦୁନିଆ ଦେଖୁଛୁ

 ମୋ ଦୁଃଖ ଅଛପା କିରେ କାହିଁକି ଖେଲୁଚୁ?

 ହାତ ପାତି ମୋ ମରଣ ମାଗୁଚି କାଳିଆ...

ଏହି ଯାତ୍ରା ଶେଷ ହେଉ କରି ଦେ ରେ ଦୟ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract