STORYMIRROR

Akankshyamayee Dash

Abstract

4  

Akankshyamayee Dash

Abstract

ନନ୍ଦିଘୋଷେ ବିଜେ

ନନ୍ଦିଘୋଷେ ବିଜେ

1 min
319


ତିନି ଗୋଟି ରଥ ହୋଇଛି ପ୍ରସ୍ତୁତ

ସଜବାଜ ହୋଇ ବଡଦାଣ୍ଡରେ

ଆସିବ କାଳିଆ ଆସିବ ବଳିଆ

ସୁଭଦ୍ରା ଆସିବେ ଯାତ୍ରା ପାଇଁରେ ll


ନବଦିନ ଯାତ୍ରା ପାଇଁ ସାଜସଜା

ଭ୍ରମଣ କରିବେ କଳା ଠାକୁର

ଗୁଣ୍ଡିଚା ମନ୍ଦିରେ ଜନମ ବେଦୀରେ

ଦେବେଟି ଦର୍ଶନ ଜଗଦ୍ଦୀଶ୍ଵର ll


ନନ୍ଦିଘୋଷ ରଥେ ବସି ଜଗନ୍ନାଥେ

ବଡଦାଣ୍ଡେ ଯିବେ ଗହଳି କରି

ଦେବତା ଦାନଵ ଦେଖିବେ ମାନବ

ଅପୂର୍ବ ଲୀଳାକୁ ମନକୁ ଭରୀ ll


ଟାହିଆ ହଲାଇ ପହଣ୍ଡି ପକାଇ

କାଳିଆ ଆସିବ ରଥକୁ ଧାଇଁ

ମୁରୁକି ହସିବ କଣେଇ ଚାହିଁବ

ମନ ମୋହିନେବ ଜଗତ ସାଇଁ ll


ଭାବର ଠାକୁର ଭକ୍ତକୁ ନିଜର

ଦେଖି ଆସେ ଦାଣ୍ଡେ ଦେଇ ଆଶିଷ

ରଥ ପରେ ଜଗା କରିଲେ ଦର୍ଶନ

ମିଳେ କୋଟି ପୁଣ୍ୟ ମିଳେ ସନ୍ତୋଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract