STORYMIRROR

Akankshyamayee Dash

Abstract

4  

Akankshyamayee Dash

Abstract

ମହାଳୟା

ମହାଳୟା

1 min
268


ଉତ୍କଳ ଭୂଖଣ୍ଡେ ନୀଳ କନ୍ଦରରେ, 

     ବିଜେ ବ୍ରହ୍ମ ଜଗନ୍ନାଥ, 

ତାଙ୍କରି ପ୍ରସାଦେ ସର୍ବ ପୂଜା ବିଧି, 

     ବାରମାସେ ତେର ଯାତ ।। 

କେତେ ପୋଥି ନଥି ଲେଖନ୍ତି ସେ ଗାଥା, 

     ବିଧି ବିଧାନର କଥା, 

କେଉଁ ମାସ, ଦିନ କେଉଁ ପୂଜ୍ୟ ପୂଜା, 

     ପାଇବେ କେଉଁ ଦେବତା ।। 

ଆଶ୍ବିନ ମାସର କ୍ରୁଷ୍ଣପକ୍ଷ ଯେବେ, 

     ସୂର୍ଯ୍ୟ କନ୍ଯା ରାଶିରେ, 

ପିତ୍ରୁପୁରୁଷ ଯେ ଆହ୍ଲାଦେ କରନ୍ତି, 

     ଧରାବତରଣ ଧିରେ ।। 

କାହିଁ କେତେ ଦୂରେ କେଉଁ ଶୂନ୍ଯ ପୁରେ

     ଦେବଙ୍କୁ ପାରେନା ଦେଖି, 

ତଥାପି ଝୁରୁଛି ଆସ ପୂଜାଷ୍ପଦ, 

     ଶ୍ରାଦ୍ଧ ନିଅ ବାରେ ଚାଖି ।। 

ତବ ପାଦେ ଭକ୍ତି ରଚନାରେ ମତି, 

     କରୁଛି ମୁଁ ସମର୍ପଣ, 

ଘେନ ମୋର ଶ୍ରଦ୍ଧା ଶ୍ରାଦ୍ଧର ନୈବେଦ୍ଯ

     କରୁଅଛି ଆବାହନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract