STORYMIRROR

Akankshyamayee Dash

Abstract Drama Horror

3  

Akankshyamayee Dash

Abstract Drama Horror

ସ୍ଵର୍ଗର ପ୍ରଚଳିତ ମୁଦ୍ରା

ସ୍ଵର୍ଗର ପ୍ରଚଳିତ ମୁଦ୍ରା

1 min
129


ପ୍ରବଚନ ସ୍ଥଳେ ସମବେତ ଜନ

     ସାଧୁଙ୍କ ବକ୍ତବ୍ଯେ ମତି ,

ଶ୍ରୋତାଙ୍କ ମେଳରେ ଉପସ୍ଥିତ ଥିଲେ

     ଜଣା ଶୁଣା ଶିଳ୍ପପତି ।।


ମୃତ୍ୟୁ ପରେ ଆମେ ସଞ୍ଚିତ ଅର୍ଥକୁ 

     ପାରିବାନି କେହି ନେଇ ,

ଏଣୁ ଧର୍ମ କର୍ମେ ଲଗାଅ ତାହାକୁ

     ଆଲୋଚ୍ୟ ବିଷୟ ଏହି ।।


ଚିନ୍ତିଲେ ବଣିକ ସାଧୁଙ୍କର ବାଣୀ

     ମିଥ୍ୟା କରି ପ୍ରମାଣିତ ,

ଗଲାବଳେ ଧନ ନେବି ମୁଁ ସଙ୍ଗତେ 

     ଗଚ୍ଛିତ ଯେତକ ବିତ୍ତ ।।


କର୍ମଚାରୀ ଯେତେ ଥିଲେ ତାଙ୍କ ପାଶେ

     ସଭିଙ୍କୁ କଲେ ଏକତ୍ର ,

ମୃତ୍ୟୁ ପରେ ଧନ କେମିତି ମୁଁ ନେବି

     ଚିନ୍ତନ ମୋ ଦିବାରାତ୍ର ।।


ଉଚିତ ମାର୍ଗଟି ଦର୍ଶାଇବ ଯିଏ

     ତା'ରେ ଦେବି ଟଙ୍କା କୋଟି ,

ସପ୍ତାହ ଗୋଟିଏ ସମୟ ଦେଉଛି

     ସପ୍ତାହନ୍ତେ ଭେଟା ଭେଟି ।।


ନିର୍ଦ୍ଧିଷ୍ଟ ଦିବସେ ଏକତ୍ରିତ ହେଲେ

     ମାଲିକ ଓ କର୍ମଚାରୀ ,

ଜନୈକ ଯୁବକ ଉତ୍ତର ଦେବାକୁ

     ଛିଡ଼ାହେଲା ଦମ୍ଭ ଧରି ।।


ବୋଇଲା ମାଲିକେ ଆପଣକି କେବେ

     ଯାଇଛନ୍ତି ଆମେରିକା ,

ସେ ଦେଶକୁ ଗଲେ ଚଳେକି ସେଠାରେ 

     ଆମ ଭାରତୀୟ ଟଙ୍କା ?


ମାଲିକ କହନ୍ତି ପାଗଳ ହେଲୁ'କି

     ପଚାରୁ ଅଜବ ପ୍ରଶ୍ନ ,

ଏତିକି ଜାଣୁନା ବିଦେଶ ମାଟିରେ

     ଆମ ଟଙ୍କା ମୂଲ୍ଯହୀନ ।।


ଡଲାର ପାଉଣ୍ଡ ରୟାଲ ଡିନାର 

     ଭିନ୍ନ ରୂପ ଭିନ୍ନ ଦେଶେ ,

ଟଙ୍କା ବିନିମୟେ ସଂଗୃହୀତ କରୁ

     ଚଳିବା ପାଇଁ ବିଦେଶେ ।।


ସହାସ୍ଯ ବଦନେ କହଇ ଯୁବକ 

     ସ୍ବର୍ଗ ରାଜ୍ଯ ମୁଦ୍ରା ଭିନ୍ନ ,

ପ୍ରଚଳିତ ମୁଦ୍ରା ସରଗ ପୁରୀରେ 

     ନାମଟି ତାହାର ପୁଣ୍ଯ ।।


ଏବେଠୁ ସେ ମୁଦ୍ରା ସଂଗ୍ରହ କରନ୍ତୁ

     ସଞ୍ଚିତ ଅର୍ଥ ବଦଳେ ,

ସମସ୍ତ ସୁବିଧା ମିଳିବ ସେ'ସ୍ଥାନେ

     ଏକମାତ୍ର ପୁଣ୍ଯ ବଳେ ।।

 

ଆଖି ଖୋଲିଗଲା ଶିଳ୍ପପତିଙ୍କର

     ଯୁବକକୁ କୋଳେ ଭିଡି ,

କହନ୍ତି ଆଜିଠୁଁ ପୁଣ୍ଯ ଅରଜିବି 

     ଧନ ରତ୍ନ ମୋହ ଛାଡି ।।


      


Rate this content
Log in

Similar oriya poem from Abstract