STORYMIRROR

Birakishore Nayak

Abstract Inspirational

3  

Birakishore Nayak

Abstract Inspirational

ବାପା ହିଁ ଜୀବନ

ବାପା ହିଁ ଜୀବନ

1 min
187


ବାପା ଶବ୍ଦ ଗଢ଼ା ଦୁଇଟି ଅକ୍ଷରେ

    ବା' ପରେ ଆସେ ପା',

ବା' ଅକ୍ଷରଟି ବାୟୁର ସୂଚକ

    ପାଣିର ସୂଚକ ପା' |

ବାୟୁ ପାଣି ବିନା ଯେମିତି ଜୀବନ

    କେବେ ବଞ୍ଚି ପାରିବନି,

ବାପା ବିନା କେହି ସଂସାରେ ମଣିଷ

    କେବେ ତିଷ୍ଠି ରହିବନି |

ସନ୍ତାନର ସବୁ ଅଭାବ କଷଣ

    ବାପା ଦୂର କରିଥାଏ,

ବାପା ବିନା ଶିଶୁ ସଂସାରେ କେବଳ

    ନିରାଶ୍ରୟ ହୋଇଥାଏ |

ସନ୍ତାନର ହସେ ବାପାଙ୍କ ଓଠରେ

    ଖେଳୁଥାଏ ସଦା ହସ,

ସନ୍ତାନର ଦୁଃଖେ ବାପାଙ୍କ ମନରେ

    ବାଢିଥାଏ ଅବଶୋଷ |

ବାପାଙ୍କ ବଳରେ ଦୁନିଆ ଦାଣ୍ଡରେ

    ସନ୍ତାନ ଯେ ବାଟ ଚାଲେ,

ବାପା ଛେଉଣ୍ଡ ଯେ ହୁଏ ବାଟବଣା

    ପଡୁଥାଏ ଝୁଣ୍ଟି ଖାଲେ |

ବାପାଙ୍କର ହୃଦେ ଅସରା ମମତା

    ସନ୍ତାନ ମଥାରେ ଝରେ,

ସକଳ ଆଶୀଷ ଦିଅନ୍ତି ଯେ ବାପା

    ଯାହା ପଥେ ଫୁଲ ଭରେ |

ସନ୍ତାନର ପ୍ରତି ସଫଳତା ପାଇଁ

    ବାପାଙ୍କର ହାତ ଥାଏ,

ତାଙ୍କ ଉପଦେଶ ସବୁ ସମସ୍ୟାର

    ସମାଧାନ କରିଦିଏ |

ସନ୍ତାନ ସୁଖରେ ବାପାଙ୍କ ମନରେ

    ସଦା ଖୁସି ଆସିଥାଏ,

ମୁଣ୍ଡ ଟେକି ସିଏ ଚାଲନ୍ତି ରାସ୍ତାରେ

     ମନେ ଗର୍ବ ଭରିଯାଏ |

ବାପା ଯେ ଅଟନ୍ତି ସନ୍ତାନର ସ୍ରଷ୍ଠା

    ପାଳନକର୍ତ୍ତ୍ରୀ ତ ମାଆ,

ଜୀବନର ପ୍ରତି ସୋପାନେ ସେମାନେ

     ହୁଅନ୍ତି ସନ୍ତାନେ ସାହା |


Rate this content
Log in

Similar oriya poem from Abstract