STORYMIRROR

CHINMAYEE PRADHAN

Abstract Others

3  

CHINMAYEE PRADHAN

Abstract Others

ଖରାର ଜ୍ୱାଳା

ଖରାର ଜ୍ୱାଳା

1 min
193


ସକାଳ ଯାତ୍ରାକୁ ଶ୍ରେୟ ମଣିଥିଲି

ଭାବିଥିଲି ସକାଳ ଖରାଟା ଜଣାପଡିବନି

ଆଉ କଅଁଳିଆ ଖରାଟା ଦେହକୁ ହିତ

ବାହାରି ଆସିଛି କିଛିବାଟ ଲାଗେ କାହିଁ ଭୟଭୀତ।


ସକାଳ ଖରାର ଏ ଅସହ୍ୟ ତାତି

ଗମ୍ ଗମ୍ ଝାଳରେ ଗଲିଣି ତିନ୍ତି

ସକାଳ ବର୍ଷାରେ ଭିଜିଥିଲି ଦିନେ ହେଲେ ଆଜି ବିଜେ ସୂର୍ଯ୍ୟର ଖରାରେ।


ଦେହସାରା ଓଦା ହେଲେ ଶୁଖିଲା ତଣ୍ଟି

ପାଣି ଟୋପେ ନ ପିଇଲେ ପାରିବିନି ଉଠି

ସତରେ କଣ ଏ ଖରା ଶୋଷିନେବ ଜୀବନକୁ

ଭେଟି ପାରିବିନି ଆଉ ମୋ ପ୍ରିୟଜନଙ୍କୁ ।


ଗବାକ୍ଷପୁଡା ଧରି ଚାହୁଁଥିବ ବାରଂବାର

ଚାହିଁ ବସିଥିବ ମୋ ଫେରିବା ବାଟକୁ, 

କେତେ କଣ ରାନ୍ଧି ରଖିଥିବ ମୋ ପାଇଁ

ଧାଇଁ ଆସୁଥିବ ଦରଜା ଖୋଲି ଦାଣ୍ଡକୁ।


ଅସହ୍ୟ ଏ ଖରାର ଜ୍ବାଳା ସହି

ଚାଲିବାକୁ ହେବ ମତେ ବସିବାକୁ ବେଳନାହିଁ, 

କରିପାରିବିନି ପ୍ରତିବାଦ ପ୍ରତିରୋଧ କରିବାକୁ ମୋର ବଳନାହିଁ। 


ଏତେ ଲମ୍ବା ରାସ୍ତା ଦିଶେ ଗୋଟେ ହେଲେ ଗଛ ନାହିଁ 

ବିଶ୍ରାମ ଖୋଜିବାଟା ବ୍ୟର୍ଥ ଏଠି, 

ଆଉ କେଉଁଠୁ ବା ମିଳିବ ଛାଇ। 


ଜାଣିଛି ମୁଁ ମିଳିବନି କେବେ ଛାଇ ଅବା ପାଣି

 ତଥାପି ଚାଲିଥିବି ପଡିବିନି ଥକି 

ପ୍ରିୟ ସାଥେ ଭେଟହେବା ଅଛି ପରା ବାକି। 


 


साहित्याला गुण द्या
लॉग इन

Similar oriya poem from Abstract