STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଦେଶର ସର୍ବୋଚ୍ଚ ସନ୍ତାନ

ଦେଶର ସର୍ବୋଚ୍ଚ ସନ୍ତାନ

1 min
178


ତେଜ ସୂର୍ଯ୍ୟ ପରି ରାଷ୍ଟ୍ରେ ପ୍ରକାଶିତ 

   କରୁଛି ପ୍ରକାଶ ବିଶ୍ବେ,

ବିଶ୍ବେ ନେତା ମଧ୍ୟେ ସର୍ବଶ୍ରେଷ୍ଠ ଆଜି

   ମୋଦିକାର୍ଯ୍ୟ ଗୁଞ୍ଜେବିଶ୍ବେ।

  

ବର୍ଣ୍ଣିବାକୁ ଶକ୍ତି ନାହିଁ ହିଁ କାହାରେ

  କେଉଁ ଶକ୍ତି ଆବିର୍ଭାବ

ମନ୍ତ୍ର ଅହିଂସାର ଦିଅନ୍ତି ବିଶ୍ବକୁ

  ଗୁଞ୍ଜେ ଶାନ୍ତିବାର୍ତ୍ତା ଭବ।

   

ମନ୍ତ୍ର ସମଭାବ ବିଶ୍ବର କଲ୍ୟାଣେ

  ଜନ ଉନ୍ନତି ଓ ଶାନ୍ତି,

କିମ୍ପା ପ୍ରଯୋଜନ ଯୁଦ୍ଧର ତାଣ୍ଡବ?

  ଶାନ୍ତିବାର୍ତ୍ତା ଦ୍ବାରା ଶାନ୍ତି।


ଯୁଦ୍ଧ ବନ୍ଦ କର ଶାନ୍ତିବାର୍ତ୍ତା ଦ୍ବାରା

  କର୍ତ୍ତବ୍ୟ ରାଷ୍ଟ୍ରଙ୍କ ହେଉ,

ସମଭାବ ରଖି ସମାଧାନ ତାର

  ଦାୟିତ୍ୱ ରାଷ୍ଟ୍ରଙ୍କ ହେଉ।


ବିଶ୍ବତ କୁଟୁମ୍ବ ହୁଅ ଏକତ୍ରିତ

  କର୍ତ୍ତବ୍ୟେ ଜନ ସୁରକ୍ଷା,

ଯୁଦ୍ଧର ତାଣ୍ଡବେ ଜନତା ନିପାତ

  କରହେ ନାହିଁ ଉପେକ୍ଷା।


ପକ୍ଷପାତ ନହୁ ରାଷ୍ଟ୍ରଙ୍କ ଭିତରେ

  ନିଜର ସ୍ବାର୍ଥର ପାଇଁ,

ରଖି ସମଭାବ ବିଚାର କରିବା

  ବିଶ୍ବର ଶାନ୍ତିର ପାଇଁ।


ନକରିଲେ ତାହା ବିନାଶ ଅବଶ୍ୟ

  ଶାସ୍ତ୍ରର ବଚନ ସତ୍ୟ,

କୃଷ୍ଣଙ୍କ ପ୍ରସ୍ତାବ ଅବଜ୍ଞା କରିଲା

  ମୃତ୍ୟୁ ଦୁର୍ଯ୍ୟୋଧନ ସତ୍ୟ।


ଦୁର୍ଯ୍ୟୋଧନ ମଲା ମଲେ ଭି ସୈନିକ

  ଜନତା ମରିଲେ ଅତି,

ସବୁ ବୃଥା ହେଲା ହିଂସା ଅହଂକାରେ

  କିମ୍ପ କଲା ଯୁଦ୍ଧ ନୀତି?


ଜାଗ୍ରତ ହୁଅ ହେ ବିଶ୍ବ ରାଷ୍ଟ୍ରଗଣ

  ତିଳାଞ୍ଜଳି ଦିଅ ସ୍ବାର୍ଥ,

ଶାନ୍ତିବାର୍ତ୍ତା ବଳେ ଶାନ୍ତି ଆଣ ବିଶ୍ବେ

  ନରଖ ଯୁଦ୍ଧରେ ସ୍ବାର୍ଥ।


ମସ୍ତିଷ୍କ ଧୋଇଣ ନୀରିହ ଜନଙ୍କୁ

  ନକର ଆତଙ୍କବାଦୀ,

ବିସ୍ତାରବାଦୀକୁ ଛାଡ଼ ରାଷ୍ଟ୍ରଗଣ

  ଏବେ ହୁଅ ରାଷ୍ଟ୍ରବାଦୀ


ତେବେହିଁ ବିଶ୍ବର ମଙ୍ଗଳ ହୋଇବ

  ଶାନ୍ତିର ସ୍ଥାପନା ଯହିଁ,

ଆନନ୍ଦ ଖୁସିରେ ରହିବେ ମନୁଷ୍ୟେ

  ହେବ ଶାନ୍ତିବାର୍ତ୍ତା ତହିଁ।




Rate this content
Log in

Similar oriya poem from Abstract