STORYMIRROR

ସୁବ୍ରତ ପାତ୍ର

Abstract

3  

ସୁବ୍ରତ ପାତ୍ର

Abstract

ଆଞ୍ଜୁଳାଏ ସ୍ୱପ୍ନ

ଆଞ୍ଜୁଳାଏ ସ୍ୱପ୍ନ

1 min
191

ଦୁଃଖର ବୁକୁଚା ବୋହି ବୋହି

ନୟାନ୍ତ ହୋଇପଡ଼ିଲିଣି

ଜୀବନ ଜଞ୍ଜାଳ ଏମିତି

ଦହନ କଲାଣି ଯେ

ଶୋଇବାକୁ ହେଲେ 

ଚେଇଁବାକୁ ପଡୁଛି

କେମିତି କାଟିବି ଏ

ଦିଗହରା ନଦୀର 

ଜୀବନକୁ।

ନଈପଠାରେ ମଲା ଅଜଗର

ପଡି ରହିଲା ଭଳି

ଆଞ୍ଜୁଳାଏ ସ୍ୱପ୍ନ ପଡ଼ିରହିଛି

ମୋ ନିଦ ଭରା ଆଖିରେ 

ଆଉ ଜାକି ଧରିଛି କିଛି

ଅନାବିଳ ସ୍ନେହ ମୋହ

ଆଉ ମମତା ଭରା 

କେଇପଦ କଥା 

ସ୍ମୃତି ହେବାକୁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract