STORYMIRROR

ସୁବ୍ରତ ପାତ୍ର

Romance Inspirational

3  

ସୁବ୍ରତ ପାତ୍ର

Romance Inspirational

ବିଧଗ୍ଧ ହୃଦୟ

ବିଧଗ୍ଧ ହୃଦୟ

1 min
135

ଜୀବନ ନଈରେ କେବେ

ଭଟ୍ଟା ପୁୁଣି କେବେ ଜୁଆର ।

ଜୀବନକୁ ଜିିଇବା

ଆଉ ଜିଆଇବାରେ

ମଣିଷ ସଂଘର୍ଷରତ।

ଏମିତି ଏକ ମୋଡରେ ମୁୁଁ

ନା କିଛି କହି ପାରୁଛି ନା 

ନିଜ ମନକୁ ସେଥିରୁ

ଦୂରେଇ ପାରୁଛି।

ପରିସ୍ଥିତି ର ଚାପରେ

ମୁକ ପାଲଟି ଯାଇଛି।

ଯେତେ ଭୁଲିବାକୁ

ଚେଷ୍ଟା କରୁୁଛି,

କେଉଁଠି ନା କେଉଁଠି

ଏକ ନିିିିିଆରା ରୂପରେ

ଏକ ନିିିିିଆରା ଢଙ୍ଗରେ

ଆଖି ଆଗରେ ନାଚି 

ଉଠୁଛି।

ପାଖରେ ଥିଲାବେଳେ

କିଛି ଜଣାପଡୁନଥିଲା

ଦୂରେଇ ଗଲାପରେ

ତା ଖାଲିପଣକୁ

ଅନୁୁୁଭବିଛି।

କଲମରୁ କାଳି ସରି ଗଲା ପରି

ଆଖିରୁ ଲୁୁୁହ ଝରି ଗଲା ପରି

ଜୀବନର

ସବୁ ଆଶା ଓ ଆକାଂକ୍ଷା

ବାଷ୍ପୀଭୁତ ହୋଇଯାଇଛି

ସ୍ମୃତିର କୁହୁଡି 

ଭିତରେ।

ଏବେ ଯାହା ଖାଲି

ଶ୍ମଶାନର ପାଉଁଶ ହେବା 

ଅପେକ୍ଷାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance