STORYMIRROR

ସୁବ୍ରତ ପାତ୍ର

Classics Others Children

3  

ସୁବ୍ରତ ପାତ୍ର

Classics Others Children

ମୋ ଗାଁ

ମୋ ଗାଁ

1 min
171

ଶସ୍ୟଶ୍ୟାମଳା ଭରା ମୋ ଗାଁ,

ଖରସ୍ରୋତା ନଦୀ ତଟେ ଖରିଅଣ୍ଟା ତା'ର ନାଁ। 

ଗାଁ ମଝିରେ ମାଆ ଜଞ୍ଜାଳି,

ସବୁ ଜଞ୍ଜାଳରୁ କରୁଛି ପାରି। 

କୁହନ୍ତି ଲୋକେ ଏ ଗାଁର କଥା,

ଭାରି ମହିମା ଏ ମା'ଙ୍କ ଗାଥା। 

ପ୍ରକଟ ହୋଇଣ ବୃକ୍ଷ ମୂଳେ,

ସପନେ କହିଲେ ପୂଜିବ ଭଲେ। 

ଡାକିଦେଲେ ବୁଢ଼ୀ ‘ଓ’ କରଇ,

ଚଳନ୍ତି ଠାକୁର ପଥର ଦେହୀ। 

ଧୀରେ ଧୀରେ ଏଠି ଜନ ବସତି,

ବଢିଚାଲିଲା କ୍ରମେ ସଭିଙ୍କ ଭକ୍ତି। 

ବର୍ଷକୁ ଥରେ ଏଠି ମା ପ୍ରାଙ୍ଗଣେ,

ଯଜ୍ଞ ହୋମ ଆଦି କରେ ବ୍ରାହ୍ମଣେ। 

ମାଆଙ୍କ ପାଶେ ଜନ୍ତାଳ ଦିନ,

ଆମିଷ ଭୋଗ ହୁଅଇ ଜାଣ। 

ଏବେ ଆସୁଛି ମୁଁ ଗାଁ ଆଡ଼କୁ,

ବୁଝିବି ଗାଁର ନାମ ଭାଗକୁ। 

ଖରିଅଣ୍ଟା ବୋଲି କାହିଁକି ହେଲା,

ଆଉ କିଛି ନାଆଁ ନ ସୁଝିଲା। 

ଖରି ବୋଇଲେ ବାବୁ ଏକ ଜାତୀୟ ଘାସ,

ଅଣ୍ଟା ବୋଇଲେ ବାବୁ ପଡିଆ ବୁଝ। 

ପୂର୍ବେ କାଳେ ଲୋକେ କୁହନ୍ତି ଯାହା,

ବାଲିଚର ଥିଲା ସାରା ପଡିଆ। 

‘ଖରି’ ବଣ ହୋଇ ଥିଲା ଏ ଦିନେ,

ମଣିଷ ନ ଦିଶେ ଚାଲିଲା କ୍ଷଣେ। 

ସେଥିପାଇଁ ଏଠି ଖରିକୁ କାଟି,

ଗଢି ଉଠିଲା ପରେ ଜନ ବସତି। 

ଖରି ଓ ଅଣ୍ଟାରୁ ଖରିଅଣ୍ଟା ହେଲା,

ଲୋକକଥାରୁ ଯାହା ଜଣା ପଡିଲା। 

ଗାଁ ଅନୁଭୂତି ମନରେ ମୋର,

ହୋଇ ରହିବ ସଦା ଚିର ଭାସ୍ୱର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics