STORYMIRROR

ସୁବ୍ରତ ପାତ୍ର

Romance Tragedy Inspirational

3  

ସୁବ୍ରତ ପାତ୍ର

Romance Tragedy Inspirational

ସ୍ୱପ୍ନ ଫେରେ

ସ୍ୱପ୍ନ ଫେରେ

1 min
147

ସ୍ୱପ୍ନ ଫେରେ ଧୀରେ ଧୀରେ

କେଉଁ ଏକ ବାସ୍ତବ କଳ୍ପନା ନେଇ 

ମୁଁ ବି ଫେରେ ମୋ ଅତୀତକୁ

ଫେରେ ପୁଣି ସେଇ

ଦିଗହରା ଦିଗନ୍ତକୁ।

ଆଜି ବି ତୁମେ ଫେର!

ସତରେ ନୁହେଁ ମୋ ଭାବନାରେ

ମୋ କବିତାର ପ୍ରତି ଶବ୍ଦରେ।

ମୁଁ ଚାଲିଯାଏ

ପଛରେ ପକେଇ ନିଜ ଅସ୍ତିତ୍ୱକୁ ହରାଇ ବସେ ଦେଖିଥିବା

ଜୀଅନ୍ତା ସ୍ୱପ୍ନ ଗୁଡାକୁ।

ସ୍ୱପ୍ନ ସବୁ ଶୋଇଯାଏ

ଦୁଃଖର ଚାଦର ତଳେ

ଗୁମୁରି ଗୁମୁରି କାନ୍ଦୁଥାଏ ନିଜ ଅନ୍ତରେ।

ପୁଣି ଭାବେ ସ୍ୱପ୍ନ ଶୋଇନାହିଁ।

ଚେଇଁ ରହିଛି ପୁଣି ଫେରିବ

ନୂଆ ସକାଳର ନୂଆ ରୂପରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance