ସ୍ୱପ୍ନ ଫେରେ
ସ୍ୱପ୍ନ ଫେରେ
ସ୍ୱପ୍ନ ଫେରେ ଧୀରେ ଧୀରେ
କେଉଁ ଏକ ବାସ୍ତବ କଳ୍ପନା ନେଇ
ମୁଁ ବି ଫେରେ ମୋ ଅତୀତକୁ
ଫେରେ ପୁଣି ସେଇ
ଦିଗହରା ଦିଗନ୍ତକୁ।
ଆଜି ବି ତୁମେ ଫେର!
ସତରେ ନୁହେଁ ମୋ ଭାବନାରେ
ମୋ କବିତାର ପ୍ରତି ଶବ୍ଦରେ।
ମୁଁ ଚାଲିଯାଏ
ପଛରେ ପକେଇ ନିଜ ଅସ୍ତିତ୍ୱକୁ ହରାଇ ବସେ ଦେଖିଥିବା
ଜୀଅନ୍ତା ସ୍ୱପ୍ନ ଗୁଡାକୁ।
ସ୍ୱପ୍ନ ସବୁ ଶୋଇଯାଏ
ଦୁଃଖର ଚାଦର ତଳେ
ଗୁମୁରି ଗୁମୁରି କାନ୍ଦୁଥାଏ ନିଜ ଅନ୍ତରେ।
ପୁଣି ଭାବେ ସ୍ୱପ୍ନ ଶୋଇନାହିଁ।
ଚେଇଁ ରହିଛି ପୁଣି ଫେରିବ
ନୂଆ ସକାଳର ନୂଆ ରୂପରେ।