STORYMIRROR

Alekha Pasad Moharana

Romance

4  

Alekha Pasad Moharana

Romance

ସମ୍ପର୍କ

ସମ୍ପର୍କ

1 min
299


ସମ୍ପର୍କ ଆମର

ନିଚ୍ଛକ ମଧୁର

ଅନାହତ ଅବିଛେଦ୍ୟ 

ଛିଡିବନି କେବେ

ବନ୍ଧନର ଡୋରୀ

ଯେତେ ଆସୁ ବାଧା ଦ୍ଵନ୍ଦ (୧)

ରକତ ଗଢ଼ଇ

ନିବିଡ଼ ସମ୍ପର୍କ

କୁଳ ବଂଶ ଭାଵ ନେଇ

ପ୍ରବାହିତ ହୁଏ

ଶିରା ଧମନୀ ରେ

ମାପ କାଠି ଟିଏ ହୋଇ(୨)

ବିବାହ ବେଦୀରେ

ଅଗ୍ନି ସାକ୍ଷୀ ଥାଇ

ପତି ପତ୍ନୀ  ରୂପ ନେଇ

ସାତ ଜନ୍ମ ପାଇଁ

ପ୍ରେମର ସଉଧ

ସମ୍ପର୍କ ଗଢ଼ି ତୋଳଇ (୩)

ମନ ପରାଣର

ପବିତ୍ର ଭାଵ ଟି

ତ୍ୟାଗ  ମମତା ରେ ଭରା 

ବନ୍ଧୁତା ସୂତ୍ରରେ

ଆବେଗ ରସରେ

ସମ୍ପର୍କ ହୁଏ ନିଆରା(୪)

ବିଶ୍ୱାସ ଭରସା

ଆତ୍ମୀୟତା ଭାଷା

ଅଭୁଲା ଆଶ୍ଲେଷ ଧାରେ

ପ୍ରେମୀ ଯୁଗଳଙ୍କ

ଓଠ ହସ ଧାରୁ

ପ୍ରୀତିର ପୀୟୂଷ ଝରେ(୫)

ମିଳନର ଭାଵ

ହୁଅଇ ଉଦ୍ଭବ

ସପନ ହୁଏନି ମ୍ଳାନ

ପ୍ରଣୟ କବିତା

ଅବିଶ୍ରାନ୍ତ ଝରେ

ହୃଦୟ କନ୍ଦରେ ପୁଣ(୬)

ସମ୍ପର୍କ ଆମର

ନୁହେଁ ଦି ଦିନର

ଚିରସ୍ରୋତା ନଦୀଟିଏ

କେବେ ଶୁଖିବନି

କାହାର ସଂଘାତେ ଯଦି

ବିଶ୍ୱାସ ଭରସା ରହେ(୭)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance