STORYMIRROR

Alekha Pasad Moharana

Others

4  

Alekha Pasad Moharana

Others

ଦୁର୍ଗା ମହାଷ୍ଟମୀ

ଦୁର୍ଗା ମହାଷ୍ଟମୀ

1 min
433


ଶରତ ପାର୍ବଣେ ଦେବୀ ଆଗମନେ ଉଲ୍ଲସିତ ହୁଏ ଧରା

ଅମଙ୍ଗଳ କ୍ଷୟ ପାପର ବିଲୟ ବହେ ଧରମର ଧାରା ।

ଦୁର୍ଗତିନାଶିନୀ ଜଗତ ଜନନୀ ଆଦୀମାତା ମାହେଶ୍ୱରୀ

କାଳବିନାଶିନୀ ଦନୁଜ ଦଳିନୀ ଅଷ୍ଟଦୁର୍ଗା ରୂପ ଧରି।


ଦଶହରା ପର୍ବ ଆନନ୍ଦ ଉତ୍ସବ ମହତ୍ୱରେ ପରିପୂର୍ଣ୍ଣ

ଷଷ୍ଠୀ ତିଥି ଠାରୁ ଦଶମୀ ପର୍ଯ୍ୟନ୍ତ ସୃଷ୍ଟି ଲଭେ ନବ ଜନ୍ମ।

ମହାଷ୍ଟମୀ ପୂଜା ଉଡେ ଧର୍ମ ଧ୍ବଜା ଅଷ୍ଟ ସିଦ୍ଧି ହୁଏ ପ୍ରାପ୍ତ

ଅଷ୍ଟ ଦୁର୍ଗା ମାତ କରନ୍ତି ନିପାତ ଦୁଷ୍ଟ ଅଷ୍ଟ ଗୁଣ ଲୁପ୍ତ।


ମୁଖ୍ୟ ସନ୍ଧିପୂଜା ପ୍ରୀତ ଦଶଭୁଜା ବଳି ଦ୍ରବ୍ୟ ସମର୍ପଣେ

ଭକ୍ତି ନିବେଦନ କରି ଭକ୍ତଗଣ   ଆବାହନ୍ତି   ପୂର୍ଣ୍ଣ ପ୍ରାଣେ ।

ଉପବାସ ବ୍ରତ ପାଳନ୍ତି ସର୍ବତ୍ର ମାନସିକ ପୂର୍ଣ୍ଣ ପାଇଁ

ଗୌରୀ ଶ୍ରୀ ଚରଣେ   ପ୍ରଫୁଲ୍ଲିତ ମନେ ନିବେଦନ୍ତି

ଅର୍ଘ୍ୟ ନେଇ।


ରାବଣ ନିଧନ କଳ୍ପେ ନାରାୟଣ ରାମ ଅବତାରେ ପୁଣି

କଲେ ଦୁର୍ଗା ପୂଜା ପୁଜି ଦଶଭୁଜା ନୀଳ ପଦ୍ମେ ଆବାହନି। 

କୁମାରୀ ରୂପରେ ଆବାହନ ପରେ ହୋଇଥିଲେ ଦେବୀ ପ୍ରୀତ

ନିକଷାର ପୁତ୍ର ବୀରଗତି ପ୍ରାପ୍ତ ଉଡିଲା ଗୌରବ ନେତ ।


ରାଜ୍ୟ ଭ୍ରଷ୍ଟ ରାଜା ସେ ସୁରଥ ତେଜା କଲେ ଦେବୀ ଆରାଧନା

ମନସ୍କାମ ପୂର୍ଣ୍ଣ ରାଜା ହେଲେ ଧନ୍ୟ ଉଡିଲା ଯଶର ବାନା ।

ଦୁର୍ଗା ସପ୍ତ ଚଣ୍ଡୀ ମାହାତ୍ମ୍ୟ ର ଗଣ୍ଡି ବର୍ଣ୍ଣନା ହୋଇଛି ଶାସ୍ତ୍ରେ

ମହ।କାଳୀ ହୋଇ ରକ୍ଷା କଲେ ମହୀ ଦେବତା ଙ୍କ ଦିବ୍ୟ ଅସ୍ତ୍ରେ।


ମାତ ଭଗବତୀ ସତ୍ୟ ନ୍ୟାୟ ଦାତ୍ରୀ ନାଶିଲେ ମହିଂସାସୁର

ପାପୀର ବିନାଶ ବିପାକାର ଶେଷ କରିଥିଲେ ଧରାପୁର।

ମହା ସରସ୍ଵତୀ ରୂପେ ସେ ପାର୍ବତୀ ବଧିଲେ ଶୁମ୍ଭ ନିଶୁମ୍ଭ

ଯୁଗ ଯୁଗ ପାଇଁ ପତାକା ଉଡାଇ କରିଥିଲେ ଗର୍ବ ଖର୍ବ। 


ଧର୍ମ ଯେତେବେଳେ ବିପାକ କବଳେ ତ୍ରାହି ତ୍ରାହି ଦିଏ ଡାକ

ଧରା ଅବତରଣ କରି ଭଗବାନ ପାପୀଙ୍କୁ କରନ୍ତି ହତ।

ମହାଷ୍ଟମୀ ପୂଜା ଭକତିର ଉର୍ଜା ବିଶ୍ୱାସ ନିଷ୍ଠାର ଦ୍ରୁମ

ଆଣେ ଶାନ୍ତି ମୈତ୍ରୀ ଘୁଞ୍ଚାଇ ଦୁର୍ଗତି ଜୀବନର ପୁଣ୍ୟ କର୍ମ ।

   


Rate this content
Log in