ହେ ଉତ୍କଳମଣି
ହେ ଉତ୍କଳମଣି
ହେ ଉତ୍କଳମଣି ଯୋଗଜନ୍ମା ଗୁଣୀ ଦୀନ ଜନ ବନ୍ଧୁ ତୁମେ
କବି ପ୍ରାବନ୍ଧିକ ସଚ୍ଚା ସାମ୍ବାଦିକ ଜନ୍ମିଲ ସୁଆଣ୍ଡୋ ଗ୍ରାମେ।
ସ୍ବର୍ଣ୍ଣମୟୀ ମାତା ଦଇତାରି ପିତା କୋଳକୁ ମଣ୍ଡନ କରି
ଯୋଗ୍ୟତାମ ପୁତ୍ର ଉତ୍କଳର ସୁତ ଭରିଦେଲ ଦେଶେ ଶିରୀ।
କରୁଣାର ସିନ୍ଧୁ ତୁମେ ଗୋପବନ୍ଧୁ ଶାନ୍ତ ସ୍ନିଗ୍ଧ ତୁମ ମନ
ଭଗ୍ନ ହୃଦୟର। ଅମୃତ ନିର୍ଝର ପୋଛହିଦେଲ ଦୁଃଖ ଦୈନ୍ୟ ।
ଅହର୍ନିଶି ଚିନ୍ତା ଫେଡ଼ିବାକୁ ବ୍ୟଥା ବୁଭୁକ୍ଷୁ ପରାଣୁ କଷ୍ଟ
ତେଜି ନିଜବାସ ସେବାରେ ନିବେଶ ମନ ବଳାଇଲ ଶ୍ରେଷ୍ଠ ।
ଜାତି ପ୍ରୀତି ବର୍ହ୍ନି ଜଳାଇଲ ପୁଣି ସ୍ବଦେଶ ଉଦ୍ଧାର ପାଇଁ
ମୁକତିର ଚିନ୍ତା ଦେଶ ପ୍ରେମ ବାର୍ତ୍ତା ଦେଲ କାରାଗାରେ ରହି।
ସମାଜ ସଂସ୍କାର କରିଥିଲ ବୀର ନିଜେ ଆଚରିଣ କର୍ମେ
ସଦା ସତ୍ୟସନ୍ଧ ହେ ଚିର ଅତନ୍ଦ୍ର ବୁଝିଲ ନିଜର ଧର୍ମେ ।
ଚିର ଅବିଚଳ କେବେ ବି ଦୁର୍ବଳ ହୋଇନାହଁ ଗୋପବନ୍ଧୁ
ରୋଗ ଗ୍ରସ୍ତ ପୁତ୍ର ମୋହ ମାୟା ଲୁପ୍ତ ବୁହାଇଲ ତ୍ୟାଗ ସିନ୍ଧୁ ।
ଚେତନାର ବାଣୀ ପ୍ରତି ପ୍ରାଣେ ବୁଣି "ସମାଜ" ସମ୍ବାଦପତ୍ର
କରିଲ ପ୍ରତିଷ୍ଠା ଭରି ଦୃଢ଼ ନିଷ୍ଠା ରଖିଲ ମାଟି ମହତ ।
ଛୁରୀୟ।ନା କୋଳେ ମୁକ୍ତକାଶ ତଳେ ଗଢିଲ ବକୁଳ ବନ
ଦେଲ ବିଦ୍ୟା ଶିକ୍ଷା ଜୀବନର ଦୀକ୍ଷା ଶିକ୍ଷକତା ତୁମ ପ୍ରାଣ।
ଦେଶ ଦଶ ଋଣୀ ତୁମ ଗୁଣ ଗୁଣି ପୁଣ୍ୟାତ୍ମା ଉତ୍କଳମଣି
ଆଚରି ମହତ ଅନୁସରି ପଥ ସୁମରି ଅମର ବାଣୀ ।
ତଵ ପୁଣ୍ୟ ତିଥି ପାଳୁଅଛି ଜାତି ସଭକ୍ତି ପ୍ରଣାମ ଘେନ
ଦିବଂଗତ ପ୍ରାଣ ନରାୟଣେ ଲୀନ ଢାଳୁଛୁ ଶ୍ରଦ୍ଧା ସୁମନ