STORYMIRROR

Alekha Pasad Moharana

Inspirational

3  

Alekha Pasad Moharana

Inspirational

ସତେ କି ଆମେ ସ୍ୱାଧୀନ

ସତେ କି ଆମେ ସ୍ୱାଧୀନ

1 min
178


ସ୍ୱାଧୀନତା କାନ୍ଦେ ବାଧା ବିଘ୍ନ ଦ୍ଵନ୍ଦେ ନୟନୁ ଗଡାଇ ଲୁହ

ତ୍ରିରଙ୍ଗା କେତନ ଅନ୍ତର ମଳିନ ପରାଣେ ଜାଗଇ କୋହ।

ସ୍ୱାଧୀନତା ଲକ୍ଷ୍ୟ ଆଜି ପଥଭ୍ରଷ୍ଟ ନୀତି ନୈତିକତା ଶୂନ୍ୟ

ଗରବରେ ସିନା ଉଡାଉଛେ ବାନା ସତେ କି ଆମେ ସ୍ୱାଧୀନ???


ନାହିଁ ଅଧିକାର ଖାଲି ଭ୍ରଷ୍ଟାଚାର ପାପ ପଙ୍କେ ବୁଡ଼େ ଦେଶ

ସ୍ୱାଧୀନ ଭାବରେ ମତ ଦେବାକୁରେ କାହାର ଅଛି ସାହସ???

ଖଣ୍ଡା ଆଉ ଗୁଣ୍ଡା କରୁଛନ୍ତି ଲଣ୍ଡା ରକତ ଶୋଷିଣ ପ୍ରାଣୁ

ଯନ୍ତ୍ରଣା ଜୁଇରେ ନିତି ପୋଡିବାରେ ତନୁ ମନ ହୁଏ ସ୍ଥାଣୁ।


ବ୍ୟଭିଚାର ବତୀ ଜଳେ ଦିବା ରାତି ଶୋଷଣ ଦୁର୍ନୀତି କରି

ନାରୀର ଇଜ୍ଜତ ପଥେ ଭୁଲୁଣ୍ଠିତ ବଢିଚାଲେ ଖଣ୍ଟଗିରି।

ପ୍ରଗତି ମଇତ୍ରି ଶାନ୍ତି ପ୍ରେମ ପ୍ରୀତି ଗାଉନି ତ୍ରିରଙ୍ଗା ଧ୍ୱଜା

ଯଶ ଗଉରବ ଧ୍ୱଂସସ୍ତୁପ ହୁଏ ବାଜୁନି ଜୀଇଁବା ବାଜା।

 

କଲମ କାଗଜେ ସ୍ୱାଧୀନତା ବିଜେ ବାସ୍ତବତା ନାହିଁ ଦେଶେ

ହୁଅରେ ସଜାଗ କର ଆତ୍ମତ୍ୟାଗ ଜୀବନ ହସିବ ଶେଷେ।



Rate this content
Log in

Similar oriya poem from Inspirational