STORYMIRROR

Pranati Jena

Inspirational

4.1  

Pranati Jena

Inspirational

ଶାଶ୍ୱତ ଅଭିବ୍ୟକ୍ତି

ଶାଶ୍ୱତ ଅଭିବ୍ୟକ୍ତି

1 min
210



             

ମୋର ଆପଣାର ତୁମେ ଏକାନ୍ତରେ 

ହୃଦୟର ନିଭୃତ ପ୍ରୀତି ଅଙ୍ଗନରେ,

ନିତ୍ୟ ଚେତନା ତୁମେ ଆତ୍ମିକ ସତ୍ତାରେ

ଭାବ ଗୋଧୂଳି ଲଗନେ ଭବ୍ୟ ଭାବନାରେ 

ଗୋ ରାଧେ......


ଭିଜା ଫଗୁଣ କଦମ୍ବର ବାସରେ

ମୃଦୁ ଶିହରଣ ଚୋରା ଚଇତାଳିରେ,

ଶାଶ୍ୱତ ବାରିଧାରା ଏ ତନୁ, ମନରେ

ସିକ୍ତ ସଦା ଜଡ, ସଡ଼ ତୁମ ପରଷରେ 

ଗୋ ରାଧେ.......


ମୁଁ ସେଠି ଥାଏ ଯେଉଁଠି ଥାଅ ତୁମେ 

ସ୍ରଷ୍ଟା ମୁଁ, ଆଦ୍ୟ ପଦ ନିର୍ବେଦ ସଙ୍ଗମେ,

ପୂଣ୍ୟର ସ୍ପଟିକହେ ମୋହମୟୀ ତୁମେ

ସଦାରାଧ୍ୟା ରାଧିକେ ମୋ ପ୍ରାଣର ପ୍ରତୀମେ 

ଗୋ ରାଧେ.....


ମୁଁ,ମାତ୍ର ମୁଁ "ର ରୂପକ ବନ୍ଧନୀରେ

ମହାନିଦ୍ରାରେ ତଲ୍ଲୀନ ଏ ଯୁଗାନ୍ତରେ,

ବିଶ୍ୱାସରେ ,ଅସ୍ତିତ୍ୱ ବିଭୋର ପଣରେ

ଆତ୍ମାମୟୀ ତୁମ ସ୍ପର୍ଶ ସୃଜନୀ ଶକ୍ତିରେ 

ଗୋ ରାଧେ.......


ଦେହୁ,ଦେହlତୀତ ବିଭୂଷିତ ବର୍ଷା 

ଜଡ, ସଡ଼ ଅତ୍ମୀୟତାରେ ସ୍ପର୍ଶ ଛିଟା,

ଯୁଗାନ୍ତର, ଜନ୍ମାନ୍ତର ବିଶ୍ୱାସ, ଆଶା

ନିର୍ଲିପ୍ତରେ ଧ୍ୟାନ ତୁମ ମାନମୟୀ ରାଧା 

ଗୋ ରାଧେ.,.....


ପ୍ରଣୟ,ପ୍ରେରଣା ଦିବ୍ୟ ସାନିଧ୍ୟରେ 

ଯମୁନା ତଟ କି କଦମ୍ବ ସ୍ମୃତିଧାରେ,

ଅବଗାହୀ ଭାବ, ଭବ୍ୟ ସମ୍ବୋଧନରେ

ତଥାପି ଅପେକ୍ଷା ମଧୁ ମାଳତୀ କୁଞ୍ଜରେ 

ଗୋ ରାଧେ......


ମୋ ଆତ୍ମାର ଆତ୍ମା ତୁମେ ପ୍ରାଣପ୍ରୀୟା

ତ୍ୟାଗରେ ତିତିକ୍ଷାରେ ସଦା ବନ୍ଦନୀୟା,

ତ୍ୟାଗ ରେ ପ୍ରେମୀ ହେ ଆରାଧ୍ୟା ପୂଜନୀୟl

ପ୍ରତି ମୁହୂର୍ତ୍ତରେ ରାଧେ ତୁମେ ସ୍ମରଣୀୟl 

ଗୋ ରାଧେ,.....


 ପ୍ରଣୟେ ତଲ୍ଲୀନ ମାଧୁରିମା ପଣ

ଅମୃତ, ଶାଶ୍ୱତ ସେ ମୁଗ୍ଧ ସମ୍ଭାଷଣ,

ଆସକ୍ତି ତ୍ୟାଗ ସ୍ଵରେ ମଧୁ ବଂଶୀ ସ୍ଵନ

ମୋ ଭିତରେ ସଦା ତୁମ ଶ୍ରୀ ପଦ ଗୁଞ୍ଜନ 

ଗୋ ରାଧେ,......


ମୋ ମନ ମାନସୀ ମାନସ କୁଞ୍ଜରେ

ମାନସରେ ସଦାପୂଜ୍ୟ, କେଳି କୁଞ୍ଜରେ 

ନିତ୍ୟ ବୃନ୍ଦାବନ ସେ ମାନ୍ୟତାରେ ଭରେ

ଆହା ପ୍ରେମମୟୀ ରାଧେ ଗୋଲକ ଧାମରେ 

ଗୋ ରାଧେ.......


ପୂଣ୍ୟ ପଖଳା ପିୟୁଷର ମୃଦୁ ସୁରେ

ହଜେ ମଧୁମାଳତୀ, ଶିଆଳି କୁଞ୍ଜରେ,

ପ୍ରତୀକ୍ଷା ସଦା ଅପହଞ୍ଚ ଇଲାକାରେ

ତଥାପି ମଗ୍ନଧାରା ଲଗ୍ନର ମାହେନ୍ଦ୍ରରେ 

ଗୋ ରାଧେ........


ଏକ ଆତ୍ମାଶକ୍ତି ପ୍ରକୁତି, ପୁରୁଷ

ଜୀବ,ପରମ ଯୋଗ ନିତ୍ୟ ରାସେ ବଶ,

ସଂଯୋଗ, ବିଯୋଗ ନୁହେଁ ଆତ୍ମା ପରଷ

ଶାଶ୍ୱତ ଚେତନା ଅଂଶରେ ରାଧିକାଧୀଶ 

ଗୋ ରାଧେ.......


ସେଥିପାଇଁ ଶ୍ରୀଯୁକ୍ତା, ଶ୍ରୀମୟୀ ପ୍ରାଣ

ତୁମ ବିନା ସାରା ସଂସାର ଶୂନ୍ୟ,ଶୂନ୍ୟ,

ଅନନ୍ତ କୋଟି କଳ୍ପେ "ରାଧେ"ସ୍ମରଣୀୟ

ଶ୍ରୀ ପଦ ବଲ୍ଲଭ ଦେହି ଗୋ,ରାଧେସ୍ମରୟ 

ଗୋ ରାଧେ,.......

ଗୋ ରାଧେ...... ଗୋ ରାଧେ.....

ରାଧେ, ରାଧେ, ରାଧେ, ରାଧେ, ରାଧେ ମୋ ଜୀବନ....।


Rate this content
Log in

Similar oriya poem from Inspirational