ମଦ ର ଯୁଆର
ମଦ ର ଯୁଆର
ହେଉ ସିଏ ମଫସଲ ଅବାସେ ସହର
ସବୁଠାରେ ଉଛୁଳୁଛି ମଦର ଯୁଆର ।
ଗରିବଙ୍କ ମନ ଖୁସି ପିଇଦେଲେ ଦେଶୀ
ବାବୁମାନେ ଝୁମିଥାନ୍ତି ପିଇତ ବିଦେଶୀ ।
ସଭ୍ୟତାର ମାପକାଠି ଏବେ ଏଇ ମଦ
ମଦ ବିନା ଆଖିରେ ତ ଆସୁନାହିଁ ନିଦ ।
ବଡ ବଡ ଧନୀ ଘରେ, ସାରା ପରିବାର
ଏକାଠି ପିଅନ୍ତି ମିଶି ରଅମ୍ ବିଅର୍ ।
କୁହଇ ଚିଅସ ଝିଅ ମାଆକୁ ତ ହସି
ବାପ ସାଥେ ପୁଅ ପୁଣି ପିଉଥାଏ ବସି ।
ମଦ ପାଇଁ ସମାଜରେ ବିଶୃଙ୍ଖଳା ଯେତେ
ଚୋରି ନାରୀ ଅପରାଧ ବଢେ ନିତି କତେ ।
ମଦ ଯୋଗୁ ଘରେ ଘରେ ବଢୁଛି ଅଶାନ୍ତି
ନାରୀ ନିର୍ଯାତନା ବଢେ ବଢୁଛି ଅନୀତି ।
ମଦ ଯୋଗୁ ଉଜୁଡୁଛି କେତେ ପରିବାର
ସୁନା ଘର ଚୁନା ହୁଏ ଉଜୁଡେ ସ°ସାର ।
ସବୁ ଜାଣି ସରକାର ଜାଣନ୍ତିନି କିଛି
କାରଣ ,ମଦ ରୁ ବେଶି ରାଜସ୍ୱ ମିଳୁଛି ।
ମଦ ନିୟନ୍ତ୍ରଣ ପାଇଁ ବିଭାଗ ରହିଛି
ବାଡ କିନ୍ତୁ ନିତି ସେଠି ଫସଲ ଖାଉଛି ।
ମଦ କଥା ବାହୁନିଲେ ହୋଇଯିବ ପୋଥି
କରୁଣ କାହାଣୀ କେତେ ଲେଖା ହୁଏ ନିତି।
ମରିବ ଦରିଦ୍ର ହେବ ପିଇଲେତ ମଦ
ଅବୁଝାଙ୍କୁ ଏଇ କଥା କରେ ସତେ ବାଦ ।