STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଅପୂର୍ବ ଦାନୀ

ଅପୂର୍ବ ଦାନୀ

1 min
208


ତ୍ରୀଭୂବନ ସ୍ବାମୀ ଭକ୍ତଙ୍କର ବନ୍ଧୁ


ତ୍ରୀନେତ୍ର ଧରିଛ ତୁମ୍ଭେ,


କି ଦେଇ ପୂଜିବି ପ୍ରଭୁ ତ୍ରୀଲଚନ


ସବୁତ ଦେଇଛ ତୁମ୍ଭେ।୧।


ଏହି ତ୍ରୀଭୂବନ ତୁମ୍ଭର ଭିଆଣ


ସବୁକିଛି ତୋ ତୁମ୍ଭର,


ନିସ୍ବାର୍ଥ ଭକ୍ତିରେ ଭକ୍ତିଟି କରିଲେ


ଡାକ ଶୁଣ ହିଁ ତାଙ୍କର।୨।


ସମୁଦ୍ର ମନ୍ଥନୁ ବିଶ ବାହାରିଲା


ବିଶ ପାନ କଲ ତୁମ୍ଭେ,


ଭକ୍ତଙ୍କ କଲ୍ୟାଣେ ଅସମ୍ଭବକୁ ଭି


ସମ୍ଭବ କରିଲ ତୁମ୍ଭେ।୩।


ମହାଶିବରାତ୍ରି ଅପୂର୍ବ ସଂଯୋଗ


ନମଃଶିବାୟ ଗୁଞ୍ଜୁଛି,


କୋଟି କୋଟି ସୂର୍ଯ୍ୟ କିରଣ ପରିଟି


ଜ୍ୟୋତିର୍ଲିଙ୍କ ଦିଶୁଛି।୪।


କିଦେଇ ପୂଜିବି ପ୍ରଭୁ ତ୍ରୀଲଚନ


ସବୁତ ତୁମ୍ଭରି ଦେନ,


ପ୍ରେମ ଭକ୍ତି ଭରେ ପୂଜିବି ହେ ନାଥ


ଭକ୍ତି ଶକ୍ତି କର ଦାନ।୫।


ତ୍ରୀଭୂବନ ସ୍ବାମୀ ଭକ୍ତଙ୍କର ବନ୍ଧୁ


ତ୍ରୀନେତ୍ର ଧରିଛ ତୁମ୍ଭେ,


କିଦେଇ ପୂଜିବି ପ୍ରଭୁ ତ୍ରୀଲଚନ


ସବୁତ ଦେଇଛି ତୁମ୍ଭେ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational