STORYMIRROR

Alekha Pasad Moharana

Others

3  

Alekha Pasad Moharana

Others

ଜ୍ବଳନ

ଜ୍ବଳନ

1 min
346


ନିଇତି ଜଳୁଛି ବିରହେ ସଢ଼ୁଛି ଜ୍ବଳନର ନାହିଁ ଶେଷ

ଜ୍ବଳନ ପ୍ରଭାବ ବୁଝିଲନି ଲବେ ହୃଦେ ଭରେ ଅବସୋସ।


କିପରି ମୁଁ ଜଳେ ଯାତନା ଅନଳେ କାରଣ ପାଏନା ଖୋଜି

ଯଦି ଜାଣ ତୁମେ କୁହ ପ୍ରିୟା ମୋତେ ଭିଜିବିନି ଧୂମ୍ରେ ସିଝି।


ମରଚିକା ପଥେ କାହଁକି ମୁଁ ଧାଏଁ ଉତ୍ତର ପାଏନା ତିଳେ

ତଥାପି ଧାଉଁଛି ଅପହଞ୍ଚ ଜାଣି ସଦା ଜୀବନ ବିକଳେ।


ପରିହାସ ସହେ ଭାବି ଭାବି ରହେ ସଫଳତା ପ୍ରାପ୍ତି ସ୍ପର୍ଷେ

ଯେପରି ତଟିନୀ ଧାଏଁ ନିରବଧି ସାଗର ମିଶିବା ଆଶେ ।


ପ୍ରାରବ୍ଧ କରମ ମୋ ପାଇଁ ବିଷମ ଭାଗ୍ୟେ ଲେଖିଅଛି ବିହି

ହାତେ ମାପି ମୁଁହିଁ ଚାଖଣ୍ଡେ ଚାଲଇ ଅନେକ ଭର୍ତ୍ସନା ସହି ।


ଜାଣିଛି ଗୋ ସତୀ ଭଲ ପାଅ ଅତି ମନ ପ୍ରାଣ ମୋର କହେ

ଅନ୍ତର କନ୍ଦାଇ ଦୁଃଖକୁ ଭରୁଛ ଜଳି ଜଳି ତନୁ ରହେ ।


ଯାହା ତୁମେ ଦେବ ହାତ ପାତି ନେବି ଆତ୍ମତୃପ୍ତି ହେବ ମୋର

ଏତିକି ବିଶ୍ୱାସ କହେ ମୋ ନିଶ୍ୱାସ ଶେଷ ଆଶା ଜୀବନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍