STORYMIRROR

Alekha Pasad Moharana

Inspirational

3  

Alekha Pasad Moharana

Inspirational

ସଂସ୍କାର

ସଂସ୍କାର

1 min
179

ମାନବ ଜନମ ବିଭୁ ମହାଦାନ ସର୍ବ ଜୀବ ମଧ୍ୟେ ସାର

ନୈତିକ ଚଳଣୀ ଆଣେ ନାହିଁ ଗ୍ଲାନି ଜୀବନେ ଜାଗେ ସଂସ୍କାର।

ସଂସ୍କାର ସଂସ୍କୃତି ଜାତି ମୂଳଭିତ୍ତି ମା ଗର୍ଭୁ ଶିଖେ ସନ୍ତାନ

ଅଖଣ୍ଡ କ୍ଷମତା ହୁଏ ବୁଦ୍ଧିମତ୍ତା ଲଭଇ ଦିବ୍ୟ ଜୀବନ।

ସେନେହ ମମତା ଶ୍ରଦ୍ଧା ଆତ୍ମୀୟତା ସଂସ୍କାରୁ ଶିଖେ ସନ୍ତାନ

ହତାଦର ଭାବ ହୁଏନି ଉଦ୍ଭବ ବିଭୋରିତ ହୁଏ ପ୍ରାଣ।

ସମ୍ପ୍ରତି ସମାଜ କ୍ଷୟର ମୂରୁଜ ବୁଣିଦେଇଅଛି ବିଶ୍ୱେ

ନୈତିକତା ଜ୍ଞାନ ସଦା ମୁହ୍ୟମାନ ଅଧର୍ମ ଚଢୁଛି ଶୀର୍ଷେ।

ଶିଶୁ ଭବିଷ୍ୟତ ଜରାଜୀର୍ଣ୍ଣ ସ୍ତୁପ ହୋଇଣ ଯାଇଛି ଏବେ

ବ୍ୟକ୍ତି ଦାମ୍ପତ୍ୟ ପରିବାର ରାଷ୍ଟ୍ର ଉଜୁଡି ଯାଉଛି ଭବେ।

ଚରିତ୍ର ଚଳନ ସୁସ୍ଥ ଆଚରଣ ସମ୍ମାନ ବୋଧର ଜ୍ଞାନ

ପିତୃ ମାତୃ ଭକ୍ତି ଗୁରୁଜନ ପ୍ରୀତି ପାଲଟିଛି ଦିବା ସ୍ୱପ୍ନ।

ଅଶୀର୍ବାଦ ସ୍ୱର ଶୁଷ୍କ ମରୁଝର ଝରୁନି ନର ମସ୍ତକେ

ଅଭିଶାପ ତାପ ପ୍ରବଳ ପ୍ରମତ୍ତ ବଂଚିବା ବଢିବା ରୋକେ।

କୁସଂସ୍କାର ଆଜି ମାରୁଅଛି ବାଜି ଜୀବନ ଜିଇବା ହଜେ

ସଂସାର ଧାଉଁଛି ନିରାଶାରେ ଭିଜି ମରଣର ପଥ ଖୋଜେ।

ନାହିଁ ଆଉ ବେଳ ହୁଅନି ଦୁର୍ବଳ ବନ୍ଧ ବାନ୍ଧ ସର୍ବଜନ

ସଂସ୍କାର ଚଳଣି ଆଚରଣେ ମାନି ସାର୍ଥକ କର ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational