STORYMIRROR

Trushna Das

Inspirational

3  

Trushna Das

Inspirational

ବିବାହ

ବିବାହ

1 min
262

ବିବାହ ଏକ ଏମିତି ପବିତ୍ର ବନ୍ଧନ 

ଯେଉଁଥିରେ ହୋଇ ଥାଏ ଦୁଇ ଆତ୍ମାର ମିଳନ 

ଏ ଯେ ସମ୍ପର୍କ ସୁଖ ଦୁଃଖର ସାଥୀ ସାତ ଜନ୍ମର

ଶଙ୍ଖା ସିନ୍ଦୂର ହୋଇଥାଏ ଏହି ପବିତ୍ର ବନ୍ଧନର ପ୍ରତୀକ।। 


ବିବାହ ଏକ ଏମିତି ପବିତ୍ର ବନ୍ଧନ 

ଏହା ପ୍ରେମର ପ୍ରତୀକ 

ବର ବଧୂର ନୂତନ ଜୀବନର 

ହୋଇଥାଏ ଘଟସୂତ୍ର।। 


ବିବାହ ଏକ ଏମିତି ପବିତ୍ର ବନ୍ଧନ 

ବଧୂ ହୋଇ ଥାଏ ଗୃହଲକ୍ଷ୍ମୀ ଘରର

ବର ବଧୂ ସାଥୀ ହୋଇ ଥାଆନ୍ତି ପରସ୍ପରର 

ନେଇଥାନ୍ତି ନୂତନ ଦାୟିତ୍ବ ପରିବାରର।। 


ବିବାହ ଏକ ଏମିତି ପବିତ୍ର ବନ୍ଧନ

ଯେଉଁଥିରେ ଦୁଇ ପରିବାର ହୋଇଥାଆନ୍ତି ଏକତ୍ର 

ଦୁଇ ପରିବାରର ସମ୍ମାନ 

ଏବେ ହୋଇଥାଏ ବର ବଧୂଙ୍କ ସମ୍ମାନ।।


ବିବାହ ଏକ ଏମିତି ପବିତ୍ର ବନ୍ଧନ 

ଯେଉଁଥିରେ ହୋଇ ଥାଏ ଦୁଇ ଆତ୍ମାର ମିଳନ 

ଦୁଇ ଶରୀରର ମିଳନ

ସଞ୍ଚାର କରିବାକୁ ନୂତନ ଜୀବନ।। 


ବିବାହ ଏକ ଏମିତି ପବିତ୍ର ବନ୍ଧନ 

ଯାହା ହୋଇଥାଏ ବିଶ୍ୱାସରେ ଭରପୂର 

ନ ଥାଏ ସେଥିରେ ସ୍ୱାର୍ଥ 

ଥାଏ କେବଳ ପ୍ରେମ।।


ବିବାହ ଏକ ଏମିତି ପବିତ୍ର ବନ୍ଧନ 

ଯାହା ଦେଇ ଥାଏ ଆମ ସଂସ୍କାର ଓ ପରମ୍ପରାର ପରିଚୟ

ଯେଉଁଥିରେ ମିଳିଥାଏ ସମାଜର ସ୍ୱୀକୃତି 

ଯାହା କରିଥାଏ ବଂଶର ଅଭିବୃଦ୍ଧି।।


ହେଲେ ଆଜିର ଯୁବ ପୀଢ଼ି 

ଭୁଲି ଯାଉଛନ୍ତି ନିଜ ସଂସ୍କୃତି 

ଲୋଭ ଓ ସ୍ୱାର୍ଥ ରଖି

ମିଛ ପ୍ରେମ ଦେଖାଇ ଜୀବନ ନଷ୍ଟ କରୁଛନ୍ତି ବିବାହ ବନ୍ଧନରେ ବାନ୍ଧି ହୋଇ।। 


ଆଜିର ଏହି ଯୁବ ସମାଜ 

ବିବାହକୁ ଭାବୁଛନ୍ତି ଖେଳ ଘର

ମନ ନ ମିଶିଲେ ଦେଉଛନ୍ତି ଛାଡପତ୍ର 

ହେଉଛନ୍ତି ଏ ସମ୍ପର୍କରୁ ମୁକ୍ତ।।


ଛାଡପତ୍ର ଦେଇ କରୁଛନ୍ତି ନିଜ କୁଳକୁ କଳଙ୍କିତ

ନିଜ ସ୍ୱାର୍ଥ ପାଇଁ ଜଣଙ୍କର ଜୀବନ ହେଉଛି ନଷ୍ଟ

ଦୁଇ ପରିବାର ହେଉଛନ୍ତି ଅପମାନିତ 

ଏହା ପ୍ରକୃତରେ ନୁହଁ ପରମ୍ପରା ଆମ ସଭ୍ୟ ସମାଜର।। 


ହେ ଆଜିର ଯୁବ ପୀଢ଼ି 

ବିବାହ କର ଭାବିଚିନ୍ତି 

ଯେମିତି ରହିବ ସବୁ ଦିନ ଜୀବନସାଥୀ ହୋଇ

ପ୍ରେମରେ ନିଜ ପରିବାରର ମାନ ସମ୍ମାନ ରଖିବ ନିତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational