STORYMIRROR

Debasish Dikshit

Inspirational

3  

Debasish Dikshit

Inspirational

ସ୍ବପ୍ନର ମୋହ ।

ସ୍ବପ୍ନର ମୋହ ।

1 min
228

କେବେ ଦେଖିଛ?????

ବାସ୍ତବତାର ଅନ୍ଧକାରରେ ସ୍ୱପ୍ନର ମୋହକୁ,

ବଞ୍ଚିବା ଆଶାରେ ସ୍ନେହର ବନ୍ଧନକୁ,

କିଛି କ୍ଷଣିକର ଆତ୍ମାକୁ ଅମର ହବାର!!!


ଦେଖିଛ କେବେ ????

ଦୁଇ ତିନି ଦିନର ଭୋକିଲାକୁ

ଟକ ଟକ ହୋଇ ଖାଉଥିବାର,

ଆକାଶର ଜନ୍ହକୁ ପାଣିରୁ ତୋଳିବାର,

ସ୍ବପ୍ନର ଅଭାବ ତ ମଣିଷର ଦେହ ସୁହା ବନ୍ଧୁଟେ

କେବେ ଏକାବେଳେ ବର୍ଷାର ରୁତୁଟି ଦୁଇ ଦିନରେ ସରିଯାଏ ତ,

ଖରାର ପ୍ରଭାବ ବର୍ଷ ସାରା ଭୋଗିବାକୁ ହୁଏ।


କେବେ ଶୁଣିଛ????

ଦୁଃଖର ଭୟାବହତାରେ ସୁଖକୁ କାନ୍ଦିବାର,

ସୁଖର ଆଢୁଆଳରେ ହୃଦୟର କୋହ

ପାପର ଲାଳସାରେ ବଞ୍ଚିବାର ଦୁଃଖ,

ପାପୀର ହାତରେ ଜଡ ପଲଟି ଥିବା

ମୂଲ୍ୟବାନ୍ ପଥରକୁ

କେବେ ଦେଖିଛ ??

ସ୍ବପ୍ନର ମୋହରୁ ପାପର ଉତ୍ପତ୍ତି

ଆଜିର ସଂସାର ବ୍ରହ୍ମ ଜ୍ଞାନ ରୂପେ ପାଳନ କରେ,

ସ୍ବପ୍ନକୁ ନଦେଖିଲେ ରାତି ତ କଟେନି

ଦେଖିଲେ ଦିନଟେ ଅଣ୍ଟେ ନି,

ପରନ୍ତୁ ସ୍ଵପ୍ନରେ ଭାସି ବୁଲିବା

କେବେବି ଠିକ୍ ନୁହଁ ।

   

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational