STORYMIRROR

Debasish Dikshit

Inspirational Others

4  

Debasish Dikshit

Inspirational Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
16


ଜିତିବାର ଆଶା 

ମାରେ କେତେ ପ୍ରେମର କଳ୍ପ 

ପଥର ପାଲଟେ ଜୀବନ 

ଯୌବନର ମୃଗତୃଷ୍ନା 

ବିକ୍ଷିପ୍ତ ଆତ୍ମା 

ଗଢୁଥାଏ ଜଣାଶୁଣା ମିଛି ମିଛିକା ବାଲିଘର 

ମୁଁ ଶ୍ରେଷ୍ଠ 

ଏକ ଉକ୍ତି ଏକ ବିଶ୍ଵାସ ଭରା ମିଛ

ସତ୍ୟକୁ ଲୁଚାଇ ମିଥ୍ୟାର ପ୍ରଲେପ ଲେପେ।


ଶୂନ୍ୟ ଦର୍ପଣରେ ନିଜର ସୌନ୍ଦର୍ଯ୍ୟ ମାଜେ 

ଆତ୍ମାର ଅବସ୍ଥିତି ନ ଜାଣି 

ବର୍ଦ୍ଧିଷ୍ଣୁ ବୟସର ମାୟାରେ ଭ୍ରମିତ 

ନିର୍ଲଜ୍ଜ ହଜାରେ ସ୍ବପ୍ନର ଆୟୁଷ ଦେଖେ, 

ଅସ୍ତିତ୍ଵ କେବଳ ପାପର 

ଜୀବନର ଉପହାସ 

ସହିବାର ଅନନ୍ୟ ଉଦାହରଣ 

ଜିତେ ତ ସ୍ପଷ୍ଟ ହୁଏ ବ୍ୟତିକ୍ରମ, 

ହାରେ ତ ମୋଡ଼ ବଦଳେ

ପ୍ରାପ୍ୟର ସିଦ୍ଧାନ୍ତ ଲେଖା ଚାଲେ।


ସ୍ବପ୍ନର ମୃତ୍ୟୁରେ ମରିବାର ଇଚ୍ଛା 

ପ୍ରାୟଶ୍ଚିତ କରିବାର ଅଭିଳାଷ,

ନିମିତ୍ତ ଏ ସଂସାରର ମୋହ 

ନିମିଷକେ ଝଡ଼ିଯିଏ ଏ କଞ୍ଚା ମୋହ

କେଉଁ ଏକ ବୃକ୍ଷର 

ପ୍ରାୟଶ୍ଚିତ... ଏକା ଉତ୍ତର 

ଅନନ୍ତର ଆତ୍ମାର।


ଜାତିର ଏକ କଣ୍ଟକିତ ଭରା ଅଭିଶାପ 

ପତ୍ରରେ ଗଣ୍ଠି ମାରେ ଆୟୁଷକୁ,

ଗଛରେ ଆୟୁଷ କୁ ବାନ୍ଧେ 

ଯାଏ ପାପ କରେ।


ମୁଁ ପ୍ରାୟଶ୍ଚିତ କରେ 

ନିଜକୁ ଜିତିବାର ଖୁସିରୁ ବଞ୍ଚିତ କରେ 

ଦୁଖଃକୁ ଗ୍ରହଣ କରେ 

ରୌଦ୍ର ଦାରୁଣ ହୁଏ

ତୃଷ୍ଣା ମେଣ୍ଟାଏ ଆଖିର ଲୁହରେ,

ପ୍ରାୟଶ୍ଚିତ କେଉଁ ଏକ ପାପର 

କରିଛି ହେଲେ ପ୍ରୟତଃ ଆଭାସ ନାହିଁ, 

କର୍ମର ପ୍ରମାଦ 

ପାପର ଅଗଣ୍ୟ ସର୍ବସ୍ୱ 

ଅଗ୍ନିରେ ଆହୁତି ଦିଏ 

ଚର୍ମ ଜାଳେ ହାଡ଼ ମାଂସ ଠୋ ଠା ଫାଟିବାକୁ ଲାଗେ 

ମୁଁ ଚିତ୍କାର କରେ 

ନିଜକୁ ଜାଳିବାକୁ ଆହ୍ବାନ ଦିଏ 

ନିଜକୁ କଷ୍ଟ ଦେବାର ଆନନ୍ଦ,

ସେ ଆତ୍ମାଦାହରେ 

ମୁଁ ପ୍ରାୟଶ୍ଚିତ୍ତ କରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational