STORYMIRROR

Debasish Dikshit

Inspirational Others

4  

Debasish Dikshit

Inspirational Others

ଉପେକ୍ଷିତ ଶ୍ରାବଣ।

ଉପେକ୍ଷିତ ଶ୍ରାବଣ।

1 min
337

 ଆସିବାର ଅପେକ୍ଷାରେ ଆଜି

ତରଳେ ମୋ ହୃଦୟ

ଏଇ ଗ୍ରୀଷ୍ମ ପ୍ରବାହରେ,

ଜାଣେ କେବେ ତ ଆସିବ

ଭିଜେଇବାକୁ ମୋତେ

ରୂତ ଆଢୁଆଳେ।


ସଖୀଗୋ ଭିଜିବ ମୋ ଦେହ

ମେଣ୍ଟିବ ମୋ ତୃଷ୍ଣା,

ହଜିବ ମୋ ସ୍ଵପ୍ନ

ତୁମ ଶ୍ରାବଣ ଛୁଆଁରେ ।


ସଖୀ ଗୋ ତୁମ ପ୍ରଥମ ପ୍ରେମର ସ୍ପର୍ଶ

ଶିହରଣ ଦିଏ ସାରା ଶରୀର

ପ୍ରଥମ ପ୍ରେମର ବାସ୍ନା

ମତୁଆଲା କରେ ଏ କବଳିତ ହୃଦୟ।


ମୋହ ମୋର ଆନମନା

ବୁଝାଇବାର ସାମର୍ଥ୍ୟ ତ ନାହିଁ,

କିନ୍ତୁ ମୋହରେ ତମ ଭିଜିବାକୁ

ଆତୁର ଆଜି ମୁହିଁ ।


ଅଜଣା ଆସକ୍ତିର ସ୍ପର୍ଶ

ଝରାଏ ବସନ୍ତର ବାସ

ଏଇ ବିନା ଶ୍ରାବଣର ବର୍ଷାରେ,

ରହିବି ନିଶ୍ଚଳ ହୋଇ

ତୁମ ଅଦିନିଆ ପ୍ରେମ ଆଗରେ,

ହୃଦୟର କୋହ ଧୋଇବ

ତୁମ ପ୍ରେମ ଆଲିଙ୍ଗନରେ ।


କହି ପାରେନା ତୁମକୁ

ତୁମେ କେବଳ ମୋର,

ଅପେକ୍ଷିତ ରହିଛି

ସାରା ଏ ସଂସାର ।


ଉପେକ୍ଷିତ କର ନା ଗୋ ତୁମେ ସଖୀ

ନିତି ମରେ ନିତି ଉଠେ

ତୁମେ ଦୂରେ ଯାଅ ଦେଖି,

ଭିଜିବାର ଇଚ୍ଛା

ମୋର ସ୍ବପ୍ନର ସାଗର

କେବେ କୂଳ ମିଳିଯିବ

ଅପେକ୍ଷାର ମୋର ।


ଅବୁଝା ପ୍ରିୟା ତୁମେ ଚପଳତା ସାଥେ

ନିତି ଗଢା ସ୍ୱପ୍ନ ମୋର

ଭାଙ୍ଗ ନିରନ୍ତରେ,

ବହେ ଯେବେ ତୁମର ସେ

ଶ୍ରାବଣର ଧାର,

ବାହି ନିଏ ପ୍ରେମ ସାଥୀ

ତୁମ ଦିଗନ୍ତେ ପ୍ରେମର।


ଅପେକ୍ଷିତ ଶ୍ରାବଣର କୋମଳ ପରଶେ

ଯିବି ଦିନେ ରୁତୁ ଭାଙ୍ଗି

ତୁମ ପାଇଁ ସତେ,

ଗର୍ବ ତୁମ ଭାଙ୍ଗି ପାରିବିନି

ଭାଙ୍ଗିବ ମୋ ସ୍ଵପ୍ନ

ଭିଜି ଗଲେ ତୁମ ସାଥେ ପାଇଯିବି ସ୍ୱପ୍ନ ।

  

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational