STORYMIRROR

Prabhati Mahapatra

Inspirational

3  

Prabhati Mahapatra

Inspirational

ପଥ ଦର୍ପଣ

ପଥ ଦର୍ପଣ

1 min
180


ସବୁଜ ସ୍ୱପ୍ନର ସାଥୀ

ତୁମକୁ ମୁଁ ପାଇଛି ବାଟରେ .....

ସାକ୍ଷୀ ତ ସାତ ଘେରା ଅଗ୍ନି ନୁହେଁ 

ସାକ୍ଷୀ ତ ଚଲା ବାଟର ଦୁବ ଘାସ।


ଟାଙ୍ଗରା ଭୂଇଁର ଗୋଡ଼ି ପଥର ମାନେ

ଚେତାଇ ଦେଇ ଥିଲେ ବାଟ ଅବାଟର

ନିଛକ ସତ୍ୟର କାହାଣୀ!

ଅନୁଭବର ଝରକା ଡେଇଁ

ଆଜି ବୁଝି ପାରିଛି 

ଦୋଛକି ଆସିଲେ ଜୀବନ 

ମୋଡ଼ ବଦଳାଏ

ଚଲା ବାଟର ଛାୟା ମଳିନ ପଡେ

ଶୀଥିଳ ଅନୁଭବ କରେ

ଏକାକୀ ଜୀବନରେ କିଏ

କିଛି ସମୟ ସାଥୀ ହୋଇ 

ମନ ଭିତରେ ଏକ ଛବି ଆଙ୍କି ଦେଇ ଯାଏ 

ସେହି ଅଡ଼ୁଆ ସୂତାରୁ ବାହାରିବା

ଏତେ ସହଜ ନୁହେଁ ।


ପୁଣି ଥରେ ସେ ବାଟ ଆସିବ  

କିନ୍ତୁ ସେ ସାଥୀ କ'ଣ ସେ ବାଟରେ

ଭେଟ ହେବ ।


ସ୍ମରଣରେ ଆସି କି ଅନୁରାଗ 

ଭରି ଦେବ ?

ଚଲା ବାଟର ମିତ

ସ୍ୱପ୍ନ ସଦୃଶ

ଆଶା କୁହୁଡିରେ ପହଁରିବା ପରି ।


କଥା ହେବା ଆଗରୁ 

ସରି ଯାଏ ଭାବନା ।


ପଥ ଦର୍ପଣ ଉପରେ

ସୂର୍ଯ୍ୟ ରଶ୍ମିର ଲୋହିତ ଚମକ ଦିଏ  

ବାଟ ତ ପଡ଼ି ଥାଏ

ଦୀର୍ଘତା ମାପିବା ପାଇଁ

ବାଟୋଇ ନଥାନ୍ତି ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational