STORYMIRROR

suvendu Meher

Inspirational

4  

suvendu Meher

Inspirational

ଅମୃତର ସନ୍ଧାନରେ ଆମେ

ଅମୃତର ସନ୍ଧାନରେ ଆମେ

1 min
342


କେବେକେବେ ସେ ଓ ମୁଁ ;

ଏକାକାର ହେବାର ଦେଖିଛି ଜହ୍ନ

ଯେତେବେଳେ 

ଏକିଭୁତ ହୁଏ ଆମର ଦେହ ଆଉ ମନ 

ଏହା ତ ଆତ୍ମା ଆଉ ଆତ୍ମାର ମିଳନ।


ଭାବରେ ଭାବରେ  

ଅମୃତ ସନ୍ଧାନରେ ବ୍ୟସ୍ତ ଓ ନ୍ୟସ୍ତ

ଆମେ ଯେ ଏକୁଆରେକ

ନୋହୁଁ ଭିନ୍ନାଭିନ୍ନ ।

ନିର୍ମାଣ କରୁଛି ପଥ ନିର୍ବାଣ ପାଇଁ


ଏବେ ଏବେ ତ ହୋଇଛି ସାଗର ମନ୍ଥନ

ଯେତେ ପୁରୁଣା ହେଉଛି 

ସେତେ ନୂତନତାର ମିଳୁଛି ସନ୍ଧାନ 

ତମ ମୋ ଭିତରରେ ଥିବାର

ସନ୍ଦେହର ଅନ୍ଧାର ସବୁ

ଘୁଞ୍ଚି ଯାଉଛି ଦୂରରୁ ଦୂରକୁ

ଅନେକ ଦୂର ।


ଦେଖିବ ଆସ!

ଜଖମ ହେଉଛି ରାତି

ଅଧିକ ରୁ ଅଧିକ ହେଉଛି ତାତି

କେବେ କେବେ ତମ ମୁହଁ ର ରୋଷ

ଆଉ କେବେ କେବେ ହସ

ଯାହା ମୋତେ 

କେବେ କରି ପାରେନା ହତାଶ ।


ମଧୁ ରୁ ମଧୁରତର

ଆକାର ରୁ ନିରାକାର

କଳନା ଶୂନ୍ୟ ମୋ ଶୂନ୍ୟ ମନ୍ଦିର

ଅମରାବତୀ ରୁ ଅନ୍ତରୀକ୍ଷ

ପରୋକ୍ଷ ରୁ ପ୍ରତ୍ୟକ୍ଷ

ସବୁଠି କେବଳ ସ୍ମୃତି ଆଉ ସ୍ମୃତି।


ହେଉ ପଛେ ଯେତେ ଦୂର

ଅମୃତର ଘର

ମନକୁ କରିଛି ସ୍ଥିର

ତମ ପାଇଁ ସାଜିବି ମୁଁ

ମାତାଲ ଈଶ୍ୱର ।


ତିଆରି କରିବି ଏକ

ସାଗର ଭେଦି କ୍ଷେପଣାସ୍ତ୍ର

ଯିଏ ଭେଦି ଯିବ

ଭୂମି ରୁ ଭୁମା

ଆଦି ରୁ ଅନାଦି

ବିଷ ରୁ ଅମୃତ

ଦେହ ମନ ଆଉ ହୃଦୟ ଭିତରେ 

ଅମୃତର ସନ୍ଧାନ କରୁ କରୁ

ଶୂନ୍ୟବାଣୀ ହେଉ

ହଜି ହଜାଇ ଦେବାର 

ଈଶ୍ୱରୀୟ ଆନନ୍ଦର ଉପଲବ୍ଧି

ବ୍ୟାପିଯାଉ ଅନନ୍ତ ବ୍ରହ୍ମାଣ୍ଡ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational