ବିଭୁ ସ୍ମରଣ
ବିଭୁ ସ୍ମରଣ
ଘନ ଅନ୍ଧକାର କ୍ରମେ କ୍ଷୀଣ ହୁଏ
ପାହି ଆସିଲା ଶର୍ବରୀ l
ଦିବ୍ୟ ଲାଲ ଆଭା ଧୀରେ ପ୍ରକାଶଇ
ଆଗମେ ଉଷା ସୁନ୍ଦରୀ ll
ଶୁଆ ତହୁଁ ଉଠି ଗାଇଲା ପ୍ରଭୁ ହେ
ମହାପ୍ରଭୁ ପରାତ୍ପର l
ଚକ୍ରଧାରି ପ୍ରଭୁ ବକ୍ର ନେତ୍ରେ ଦେଖ
ପକ୍ଷୀଜନ୍ମୁ ପାରି କର ll
ଶୁଆ ଶାରୀ ଦୁହେଁ ରଟି ହେଉଥିଲେ
ଧନ୍ୟ ମହାପ୍ରଭୁ ଧନ୍ୟ l
ହୀନ ପକ୍ଷୀ ଜନ୍ମେ ଶିଖାଇଛ ପ୍ରଭୁ
ଭଜିବାକୁ ତଵ ନାମ ll
ଶୁଆ ପଚାରଇ କହିକି ପାରିବୁ ଆଲୋ
ଶାରୀ ମୋତେ ଥରେ l
ବିଭୁ ସୁମରଣା କିମ୍ପା ନ କରନ୍ତି
ଦୁର୍ଲ୍ଲଭ ଜନମେ ନରେ ll