STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କେଡ଼େ ସୁନ୍ଦର ଗୋ  ଶ୍ରୀକ୍ଷେତ୍ରେ ଚନ୍ଦନଯାତ

କେଡ଼େ ସୁନ୍ଦର ଗୋ  ଶ୍ରୀକ୍ଷେତ୍ରେ ଚନ୍ଦନଯାତ

1 min
0

    କେଡ଼େ ସୁନ୍ଦର ଗୋ 

   ଶ୍ରୀକ୍ଷେତ୍ରେ ଚନ୍ଦନଯାତ

     ============

କେଡ଼େସୁନ୍ଦର ଗୋ ଶ୍ରୀକ୍ଷେତ୍ରେ 

ଚନ୍ଦନ ଯାତ।

ନରେନ୍ଦ୍ର ଚାପକୁ ବିଜେ ଭକ୍ତ 

ସଙ୍ଗେ ଗୋପୀନାଥ।

      କେଡ଼େ ସୁନ୍ଦର ଗୋ......

ବଜାଇ ବୀର କାହାଳୀ 

ଯାନ୍ତି ପ୍ରଭୁ ଢଳି ଢଳି 

ଦାଣ୍ଡରେ ପଡ଼େ ଚହଳ 

ଭକ୍ତ ନାଚେ ତୋଳି ହସ୍ତ।

      କେଡ଼େ ସୁନ୍ଦର ଗୋ......

ବିମାନରେ ପଞ୍ଚ ଶମ୍ଭୁ 

ଶ୍ରୀଦେବୀ ଭୂଦେବୀ ସବୁ 

ଆଲଟ ଚାମର ପଡ଼େ 

ହରି ହରି ବୋଲେ ଭକ୍ତ।

     କେଡ଼େ ସୁନ୍ଦର ଗୋ......

ଦାଣ୍ଡେ ଲଗା ଛାମୁଡ଼ିଆ 

ବିମାନ ହୁଅନ୍ତି ଠିଆ 

ଚାମର ବ୍ୟଜନେ ପ୍ରଭୁ 

ଆଗରେ ନୃତ୍ୟ ସଙ୍ଗୀତ।

    କେଡ଼େ ସୁନ୍ଦର ଗୋ......

ନରେନ୍ଦ୍ର ସରକୁ ଯାଇ 

ଚାପ ଖେଳି ଭାବଗ୍ରାହୀ 

ଶୀତଳନ୍ତି ସ୍ୱଶରୀର 

ଗ୍ରୀଷମେ ଧରା ଉତ୍ତପ୍ତ।

    କେଡ଼େ ସୁନ୍ଦର ଗୋ......

ଅଙ୍ଗେ କର୍ପୁର ଚନ୍ଦନ 

ବୋଳି ମଦନ ମୋହନ 

ଦେବେ ବର୍ଷନ୍ତି ସୁମନ 

ଜୟ ଜୟ ରାଧାକାନ୍ତ।

    କେଡ଼େ ସୁନ୍ଦର ଗୋ......

ଚନ୍ଦନ ବେଶରେ ହରି 

ଦେଖି ମନ ଯାଏ ପୁରି 

ଚାପେ ଚ ମଧୁସୂଦନ 

ଦର୍ଶନରେ ଜୀବ ମୁକ୍ତ।

     କେଡ଼େ ସୁନ୍ଦର ଗୋ......

ଅପୂର୍ଵ ଲୀଳା ଭିଆଇ 

ନେଉଛନ୍ତି ମନ ମୋହି 

ଧନ୍ୟ ଭକ୍ତ ପ୍ରାଣ ଧନ 

ପବିତ୍ର ହୋଇଲା ନେତ୍ର।

   କେଡ଼େ ସୁନ୍ଦର ଗୋ......

ଏକ ବିଂଶ ଦିନ କେଳି 

ଭକ୍ତ ସଙ୍ଗେ ବନମାଳୀ 

ଶ୍ରୀକ୍ଷେତ୍ରେ ଭଉଁରୀ ଆଜ 

ଯାତ୍ରା ହୋଇଲା ସମାପ୍ତ।

     କେଡ଼େ ସୁନ୍ଦର ଗୋ......

ନରେନ୍ଦ୍ରରେ କେଳି ଶେଷ 

ପ୍ରଭୁ ମନ୍ଦିରେ ପ୍ରବେଶ 

ଭିତର ଚନ୍ଦନ ଯାତ୍ରା 

ଏକବିଂଶ ଦିନେ ଅନ୍ତ।

    କେଡ଼େ ସୁନ୍ଦର ଗୋ......

ଏ ଭାବେ ଯାତ୍ରା ଚନ୍ଦନ 

ବୟାଳିଶେ ସମାପନ 

ଭାବ ବିନୋଦିଆ ହରି 

ଅପୂର୍ଵ ଲୀଳା ଏମନ୍ତ।

   କେଡ଼େ ସୁନ୍ଦର ଗୋ......

ଚନ୍ଦନେ ହୋଇ ସୁବେଶ 

ଜଗନ୍ନାହା ଜଗଦୀଶ 

ଲୀଳା ଦରଶନେ ଆଶ

ପୁରାଇବେ ଜଗନ୍ନାଥ।

    କେଡ଼େ ସୁନ୍ଦର ଗୋ......

      🙏🙏🙏

         ଅର୍ଜୁନୀ 

    -----------

ଅର୍ଜୁନୀ ଚରଣ ବେହେରା 

ମୋ -7693091971


Rate this content
Log in

Similar oriya poem from Inspirational