STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ 

ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ 

1 min
0

ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ 

   ================

ବଇଶାଖ ଜ୍ୟେଷ୍ଠ ବଡ଼ ଗ୍ରୀଷମ।

      ଆକୁଳ ଜୀବନ ଲାଗେ ବିଷମ ।।

ତଣ୍ଟି ଶୁଖି ଯାଏ ନ ମିଳେ ପାଣି ।

     ଗଡ଼ିଆ ପୋଖରୀ ଶୁଖି ଗଲାଣି ।।

ସହି ହେଉନାହିଁ ବୁହଇ ଝାଞ୍ଜି।

    ଭରସା ପଖାଳ ତୋରାଣି କାଞ୍ଜି ।।

ନଦୀ କୃଷତର ହୋଇଲେ ଅତି।

      ଜଳଚରେ ମଲେ ଲଭି ଦୁର୍ଗତି ।।

ସହି ନ ହୁଏ ରେ ଟାଣୁଆ ଖରା।

     ଲାଗେ ଜଳିଯିବ କି  ଏହି ଧରା ।।

ବୃକ୍ଷମାନେ ଜଳି ଗଲେଣି ସବୁ ।

       କେଉଁଦିନ ଆଉ ବୁଝିବ ବାବୁ ।।

କାଟି ପକାଇଲେ ବୃକ୍ଷ ସକଳ ।

      ଉତ୍ତାପେ ଧରଣୀ ହୁଏ ଆକୁଳ ।।

ଏତେ ଉତ୍ତାପେ କି ଚଳେ ଜୀବନ।

        କଥାଏ କହୁଛି ମନକୁ ଘେନ ।।

ଆସୁଅଛି ଆସୁଅଛି ରେ ରଜ।

        ବୃକ୍ଷ ଲଗାଇଣ ଧରିତ୍ରୀ ପୂଜ ।।

ଆସୁଅଛି ଘୋର ବରଷା କାଳ।

     ଆଣ୍ଠୁଏ ଆଣ୍ଠୁଏ ଗାତକୁ ଖୋଳ ।।

ପୋତିଦିଅ ଭରି ବାଲି ଓ ଖତ।

     ଜଳଢାଳି ଗଛ ଚାରାକୁ ପୋତ ।।

ଲଗା ନାରିକେଳ ଆମ୍ବ ପଣସ।

       ଗୁଆ ଲିମ୍ବ ଜାମୁ ବର ଶିରିଶ ।।

ଗଛ ଲଗା ଭାଇ କରି ଶରଧା।

    ରଜସ୍ଵଳା ହେବେ ମାଆ ବସୁଧା ।।

କଥା ରହିଅଛି ଭାରି ବଢ଼ିଆ।

  ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ ।।

ପୋତ ନପୋତ ହୁଅଇ ଛିଡ଼ା।

      ଆମ ଘର ଭାଇ ପଥର ପଡ଼ା ।।

ଆଉ ବେଶି କିଛି ମୁଁ କହୁ ନାହିଁ।

     ବୃକ୍ଷ ବିନା ଆଉ ଜୀବନ କାହିଁ ।।

ରଜ ଆସେ ଖାଇ ଆମ୍ବ ପଣସ।

    ଗଛ ଲଗାଇବା ଆସରେ ଆସ ।।

ଘେନା କରିବଟି ମୋହରି କଥା।

 ଏ ମୋ ପରିବେଶ ଦିବସେ ଚିନ୍ତା ।।

               🙏🙏🙏

                   ଅର୍ଜୁନୀ 

            --------------

ଅର୍ଜୁନୀ ଚରଣ ବେହେରା 

ମୋ - ୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational