ଆସିଲା ଆସିଲା ରଜ ମଉଜ
ଆସିଲା ଆସିଲା ରଜ ମଉଜ
ଆସିଲା ଆସିଲା ରଜ ମଉଜ
==============
ଆସିଲା ଆସିଲା ରଜ ମଉଜ ।
ରଜପାଇଁ ସବୁ ହୁଅରେ ସଜ ।।
କିଣି ଆଣ ଯାଇ ଆମ୍ବ ପଣସ ।
ପଛୁଆ ରହିଲେ ହେବ ନିରାଶ ।।
ଗୁଆ ଗୁଜରାତି ଲବଙ୍ଗ ପାନ ।
ଯାଇତିରି ଗୁଆ ଖଇର ଆଣ ।।
ସରୁ ଚକୁଳିକୁ ପାଣିଆଁ ଗୁଡ଼ ।
ପୋଡ଼ପିଠାଟିଏ କରିବ ବଡ଼ ।।
ଏଣ୍ଡୁରି ପିଠା ତ କରିବ ଭାଇ ।
ଖାଇ ଖୁଆଇବ ପଡିଶା ସାହି ।।
ବୁଢାବରଗଛେ ବାନ୍ଧିବ ଦୋଳି ।
ରଜଗୀତେ ସବୁ ଝୁଲିବେ ବାଳି ।।
ଦାନ୍ତକାଠି କାଟି ଆଗରୁ ଆଣ ।
ରଜେ ବୃକ୍ଷ କଟା ବାରଣ ଜାଣ ।।
ରଜେ ରଜସ୍ୱଳା ବସୁଧା ଯେଣୁ ।
ଚୁଲି ନଜଳିବ ଜାଣିଥା ତେଣୁ ।।
ରଜ ତିନି ଦିନ ବାଗୁଡ଼ି ଖେଳ ।
ସରଗେ ବୁଲିଲେ ଜଳଦ ମାଳ ।।
ରଜ ନାଗରାରେ ବରଷା ଆସି ।
ଘନ ଗରଜନେ ଦେଲା ବରଷି ।।
ଧରଣୀ ହରିତେ ଦିଶେ ସରସା ।
ବିଲରେ ଲାଗିଲା ଚାଷ ବେଉସା ।।
ରଜରେ ମଉଜ କରରେ ଭାଇ ।
ବୃକ୍ଷ ଲଗାଇବା ଭୁଲିବ ନାହିଁ ।।
ଧରଣୀ ମାତାଙ୍କ ଦିବ୍ୟ ପୂଜନ ।
ବୃକ୍ଷ ଅଟେ ସିନା ଆମ ଜୀବନ ।।
ଡିବି ଡିବି ବାଜେ ରଜ ନାଗରା।
ଆମ ଓଡ଼ିଶାର ପର୍ବ ନିଆରା ।।
ଆମ ମହାପ୍ରଭୁ ନୀଳାଚଳିଆ ।
ପର୍ବ ଖଞ୍ଜିଛନ୍ତି ଭଳି ଭଳିଆ ।।
ରଜ ଶେଷ ନନ୍ଦିଘୋଷ ଗଡ଼ିଲା।
ବଡ଼ଦାଣ୍ଡେ ଭକ୍ତମେଳା ଲାଗିଲା ।।
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
