STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନଈ ବଢ଼ିର ଦୃଶ୍ୟ

ନଈ ବଢ଼ିର ଦୃଶ୍ୟ

2 mins
1

         ନଈ ବଢ଼ିର ଦୃଶ୍ୟ
         ===========
କୁଳୁକୁଳୁ ଘୋଷେ ଆମଗାଆଁ ପାଶେ
ବହେ ଖରସ୍ରୋତା ନଈ l
ବ୍ରାହ୍ମଣୀ ଶାଖା ସେ ଖରତର ହୋଇ
ସାଗରେ ମିଶିଛି ଯାଇ ll
ଆମ ଗ୍ରାମ ନାମ ଅଟଇ ସୁଆର
ଶ୍ରାବଣ ମାସରେ ଦିନେ l
ଲାଗି ଥିଲା ଘୋର ଝଡ଼ିକୁ ବରଷା
ପଡୁଅଛି ମୋର ମନେ ll
ଘଡ଼ ଘଡ଼ ଘଡ଼ ଅଶନୀ ସବଦେ
ଝଟକୁ ଥିଲା ବିଜୁଳି l
ମାଟି ମିଶା ପାଣି ବହି ଆସି ନଦୀ
ବକ୍ଷ ଉଠୁଥିଲା ଫୁଲି ll
ତୀବ୍ରବେଗେ ଜଳ ନିମ୍ନ ଗତିକରେ
ବନ୍ଧ ହେଲା ଟଳମଳ l
ଆଶଙ୍କା ଉପୁଜେ ଭାଙ୍ଗିଯିବ କାହିଁ
ଲୋକେ ହୁଅନ୍ତି ବିକଳ ll
ଜଳ ଟଳମଳ ଅତିହିଁ ପ୍ରବଳ ଭାଙ୍ଗି
ଗଲା ଗୋଟେ ଘାଇ l
ଗ୍ରାମ ଗଣ୍ଡା ଯାହା ସମ୍ମୁଖରେ ଥିଲେ
ସଭିଙ୍କୁ ନେଲା ଭସାଇ ll
କେତେ ପରିବାର ନିଶ୍ଚିହ୍ନ ହୋଇଲେ
ବନ୍ୟା ଜଳେ ଗଲେ ଭାସି l
କାହିଁ କାହିଁ ଜନ ଆଶ୍ରୟ ଲୋଡ଼ିଲେ
ଉଚ୍ଚ ସ୍ଥାନେ ସ୍ଥାନେ ବସି ll
ବଡ଼ ବଡ଼ ବୃକ୍ଷେ ଭାସି ଯାଉ ଥିଲେ
ନିମ୍ନଗା ପ୍ରଖର ସ୍ରୋତେ l
ସାପ ବେଙ୍ଗ ଏକ ଠାବେ ବସିଥାନ୍ତି
ପାଶୋରି ବୈରତା ଯେତେ ll
ବନ୍ୟା ପରେ ପୁଣି ଆସି ମହାମାରୀ
ଆତଙ୍କ ଦେଲା ଖେଳାଇ l
ନିରନ୍ନ ଜନତା ପୋକ ମାଛି ହୋଇ ମଶାଣିରେ ଗଲେ ଶୋଇ ll
ଚାଷଜମି ଯେତେ ବାଲିଚର ହେଲା
ଫସଲ ନ ହୁଏ ଯେଣୁ l
ଲୋକଙ୍କ ଦୁର୍ଦ୍ଦଶା ଆଉ କି ବର୍ଣ୍ଣିବି
ଦୁର୍ଭିକ୍ଷ ପଡ଼ିଲା ତେଣୁ ll
ଆଉ କେତେ ଦୁଃଖ ବର୍ଣ୍ଣନା କରିବି
ଭାଷା ମୋ ସ୍ଫୁରଇ ନାହିଁ l
ଇତିହାସେ ଲେଖା ରହିଛି କୁଖ୍ୟାତ
ନାମ ତା ସୁଆର ଘାଈ ll
ବର୍ଣ୍ଣନାର ବେଳେ ମନେ ମୋ ପଡ଼ନ୍ତି
ଦୁର୍ଗତ ଜନତା ବନ୍ଧୁ l
ପର ପାଇଁ ଯା'ର ହୃଦୟ କାନ୍ଦିଲା
ସେହି ଆମ ଗୋପବନ୍ଧୁ ll
ରୋଗଶଯ୍ୟା ପରେ ମୁମୂର୍ଷୁ ପୁତ୍ରକୁ ଯାଇଥିଲେ ଛାଡ଼ି ଚାଲି l
ହାତେ ଧରି ଚୂଡ଼ା ଚାଉଳ ବାଣ୍ଟିବେ
ସହସ୍ର ପୁତ୍ରଙ୍କୁ ବୋଲି ll
ଜୟ ଜଗନ୍ନାଥ ଉତ୍କଳ ସମ୍ରାଟ
ଆରତ ତାରଣ ହରି l
ନୀଳାଚଳେ ପ୍ରଭୁ ବିଜେ କରିଅଛ
କରେ ଶଙ୍ଖ ଚକ୍ର ଧରି ll
ଓଡ଼ିଶାକୁ ପ୍ରଭୁ ବନ୍ୟାଦାଉ ଏବେ
ସୁଦର୍ଶନ ଧରି କରେ l
ରକ୍ଷା କର ରକ୍ଷା କର ମହାବାହୁ
ଜୟ ଜଗଦୀଶ ହରେ ll
          🙏🙏🙏
              ଅର୍ଜୁନୀ
             -----------
ଅର୍ଜୁନୀ ଚରଣ ବେହେରା
 ମୋ - 7693091971


Rate this content
Log in

Similar oriya poem from Inspirational