STORYMIRROR

MANAS KUMAR PRADHAN

Inspirational Others

4  

MANAS KUMAR PRADHAN

Inspirational Others

ଦୋଷ

ଦୋଷ

1 min
383

କେତେ ଆଉ ନିଜେ ନିଜକୁ ଠକିବା

ପାଞ୍ଚ ଶହ ଟଙ୍କା ରେ ଭୋଟ ଦେଇ 

ଦୁର୍ନୀତି ବନ୍ଦ ପାଇଁ ବିକ୍ଷୋଭ କରିବା 

ଭୁଲ୍ ତ ଆମର ଦୋଷ କାହାକୁ ଲଦିବା... 


କାହାକୁ କହିବା, ଭୁଲ ଆମେ ତ କରିବା 

ଠିକ୍ ହେବା ପାଇଁ ଆଶା କାହାକୁ କରିବା 

ସଢିବା କୁ ଲୁଣ ଆମେ ତ ଢ଼ାଳିବା 

ସଢୁ ଥିଲେ ଦୋଷ କାହାକୁ ଲଦିବା .... 


କେହି ନୁହଁ କାହାର କେବେ ଯେ ବୁଝିବା 

ସ୍ଵାର୍ଥ ଲାଭେ ଆଜି ମିଠା କଥା କୁ ଶୁଣିବା 

ପର ଆଶ୍ରେ ବଞ୍ଚି ରହି ନିଜ ଗୋଡକୁ କାଟିବା 

ଚାଲି ନପାରିଲେ ଦୋଷ କାହାକୁ ଲଦିବା 


ନିରୀହ ଜନତା ବୋଲି ନିଜେ ତ ଭାବିବା 

ନିରୀହତା ର ବଳ ତାଙ୍କୁ କାହିଁକି ଯେ ଦେବା 

କାମ ହେବା ପାଇଁ ଗୋଡ ଧରି କି ବସିବା 

ଲାତ ଖାଇଲା ପରେ ଦୋଷ କାହାକୁ ଲଦିବା 


କେଜାଣି ଆମେ କେବେ ଯେ ବୁଝିବା

ଏହି ଦେଶ ଆଜି ଲୋକ ତନ୍ତ୍ର ବୋଲି 

ଆମେ ଚାହିଁଲେ ସବୁ ଠିକ୍ ଯେ କରିବା 

ଆମେ ନ ଚାହିଁକି ଦୋଷ କାହାକୁ ଲଦିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from MANAS KUMAR PRADHAN

ଦୋଷ

ଦୋଷ

1 min ପଢ଼ନ୍ତୁ

Similar oriya poem from Inspirational