ମଙ୍ଗଳମୟୀ ମାଆ ଭଦ୍ରକାଳୀ
ମଙ୍ଗଳମୟୀ ମାଆ ଭଦ୍ରକାଳୀ


ଜୟ ଜୟ ମାଆ ମନ୍ଦାର ମାଳିନୀ l
ମାଆ ଭଦ୍ରକାଳୀ ଭଦ୍ରକ ବାସିନୀ ll
ଆନନ୍ଦମୟୀ ମା' କରୁଣା ସାଗରୀ l
ଆଶିଷରୁ ତୋର ବାଞ୍ଛାଯାଏ ପୁରି ll
ସାଳନ୍ଦୀ କୂଳରେ ମାଆ ବାସକରି l
କଲ୍ୟାଣବାଣ୍ଟୁଛୁ ବିଶ୍ୱେ ବିଶ୍ୱମ୍ଭରୀ ll
କଲ୍ୟାଣ ଦାୟିନୀ ଜଗଦ୍ଧାତ୍ରୀ ତୁହି l
ଅଜ୍ଞାନକୁ ପଥ ଦେଉ ତୁ ଦେଖାଇ ll
କେତେ ବେଶହେଉ ଜଗତଜନନୀ l
ମାଆ ବିଶ୍ବଧାତ୍ରୀ ବିଶ୍ବ ବିନୋଦିନୀ ll
ଉଗ୍ରରୂପ ତୋର ସଂହାର କାଳରେ l
ସାଣିତ କୃପାଣ ଖଡ୍ଗ ତୋ ହସ୍ତରେ ll
କି ବର୍ଣ୍ଣିବି ମାତ ଲୀଳା ତୋ ବିସ୍ତାରି l
ଦୀନ, ଅକୀଞ୍ଚନ, ନର ଦେହ ଧରି ll
ନମଃ ନମଃ ନମସ୍ତୁତେ ନାରାୟଣୀ l
ଆନନ୍ଦ ଦାୟିନୀ ମା' ବିଶ୍ଵ ଜନନୀ ll
ଜୟ ମା' କାଳିକା ମାଆ କୃପାମୟୀ l
ଭକ୍ତି ଭରେ ତୋର ଚରଣେ ନମଇଁ ll