STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଅପରିଚିତ

ଅପରିଚିତ

1 min
122


ମନ ସହ ମନ    ହୃଦୟ ସହିତ

  ହୃଦୟ ଟି ମିଶିଗଲେ,

ନାମ ସହ ପୁଣି   କାମ ପରିଚିତ

  ହୁଏ ଜଗତ ରେ ଭଲେ ।

  ପରିଚିତ ସବୁବେଳେ

ହୋଇଥାଏ ଚିହ୍ନା   ନ ହୁଏ ଅଚିହ୍ନା

   ଭୁଲେନା ତ କେବେହେଲେ।।


ପରିଚିତ ହେବା   ସହଜ ପଥ ଟି

     କରିଥିଲେ କାମ ଭଲ,

ସବୁଠି ଆଦର    ସଭିଙ୍କ ସେନେହ

  କରିବେ ସଭିଏଁ ଗେଲ,

  ସାଧାରଣ ରୁ ଅସାଧାରଣ

ନିଜର ନିଷ୍ପତ୍ତି    ଦାୟିତ୍ୱ କହିବ

  କିଏ ଭଲ କିଏ ଭେଲ ।।


ପରିଚିତ ଏଠି  ଶ୍ରୀକୃଷ୍ଣ, ଅର୍ଜୁନ

    ସର୍ବ ପୂଜ୍ୟ ପରିଚିତ,

ପରିଚିତ ଏଠି  ମାନୀ ଦୁର୍ଯ୍ୟୋଧନ

   ଲେଖା ଯେ ମହାଭାରତ,

    କଳାପାହାଡ଼ ଚରିତ୍ର

ମହାତ୍ମା ଗାନ୍ଧୀ ଲାଲ୍ ବାହାଦୂର

   ବଲ୍ଲଭ ଯେ ପରିଚିତ ।।


ଜୀବନ ଆମର  ଦାୟିତ୍ୱ ଆମର

   ନିଷ୍ପତ୍ତି, କର୍ମ ଆମର,

ସତ୍କର୍ମ ଦୁଷ୍କର୍ମ   କରେ ପରିଚିତ

    ଅପରିଚିତ ଅନ୍ଧାର,

   ମୁକୁଟ ପୁଣି ନିନ୍ଦା ର

ଅପରିଚିତ ଟି ପାଏ ନା ଆଦର

   ପରିଚିତ ପୁରସ୍କାର।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational