Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

4.0  

Pranati Mahapatra

Inspirational

ଅଖଣ୍ଡ ସାମ୍ରାଜ୍ୟ

ଅଖଣ୍ଡ ସାମ୍ରାଜ୍ୟ

1 min
204



ବିଶାଳ ସାମ୍ରାଜ୍ୟର ପରିକଳ୍ପନା

ସ୍ବପ୍ନ ଦେଖନ୍ତି ସଭିଏଁ

କେତେ ସତ କେତେ ବାସ୍ତବତା ତାହା

କହିବ କାହାକୁ କିଏ ?

ଯଦି ଦେଖି ଶୁଣି ଚୁପ ରହେ

କ୍ଷେତ କିଆରୀରେ ହାଣ୍ଡି ରଖି ଶିରେ

 ପାଳଭୂତ ସମ ଥାଏ

କହିବ କାହାକୁ କିଏ l


ଗୋଟି ଗୋଟି ଘର ଗୋଟି ଗୋଟି ଗାଁ

ବଡ଼ପଣେ ଅକ୍ତିଆର

ଭଲ କାମ ଆଉ ଭଲ କଥାରେ ତ

ଲାଗିଛି କାହା ନଜର

ଉପର ଦିଶେ ସୁନ୍ଦର

ଭିତରଟା ଦିଶେ ପୋଡା ଅଙ୍ଗାର ଯେ

 ସାମ୍ରାଜ୍ୟ ଲୋଭ ତାହାର

ବଡ଼ପଣେ ଅକ୍ତିଆର ।


ମାନବ ପଣିଆ ହଜି ଯାଇଅଛି

ଅଭିନୟ ଜୋରଦାର

ଛଳକପଟର ପଶାପାଲି ଖେଳ

ଗାଁ ରାଜ୍ୟ ଅକ୍ତିଆର

ସମ୍ରାଟ ଲୋଭ ଯାହାର

ସାମ୍ରାଜ୍ୟର ଧନ ଦୌଲତର ନିଶା

ପତିତ ନିମ୍ନକୁ ତା'ର ।


ଅଖଣ୍ଡ ସାମ୍ରାଜ୍ୟ ଗଢିବାର ଇଚ୍ଛା

କେବଳ ଥାଏ ସ୍ରଷ୍ଟାର

ଲହୁଲୁହ ପୁଣି ବଳୀଦାନ ଦେଇ

 ଗଢଇ କରି ସୁନ୍ଦର,

ସ୍ନେହ ମମତାର ପବିତ୍ର ରଜ୍ଜୁରେ

ସ୍ବପ୍ନ ହୁଅଇ ସାକାର

ଏ ଇଚ୍ଛା ସେହି ସ୍ରଷ୍ଟାର ।





Rate this content
Log in

Similar oriya poem from Inspirational