STORYMIRROR

Alaka Nanda

Inspirational

3  

Alaka Nanda

Inspirational

ପରଲୋକ

ପରଲୋକ

1 min
195

ଜୀବନ କାଳ ଅଟେ ଅଜଣା,

କେତେ ବା ବଂଚିବା କାହାକୁ ଜଣା?

ଆଜି ଅଛେ କାଲି ଥିବା କି ନାହିଁ,

ଭବିଷ୍ୟତ କଥା ନ ଜାଣେ କେହି।

ତେବେ କିଆଁ ମନେ ହିଂସା କରିବା?

ଲୋଭ ମାୟା ମୋହ ମନେ ଆଣିବା?

ଦାନ ଧର୍ମ ଭଳି ପବିତ୍ର କାମ,

କରି ଅରଜିବା ଟିକେ ଧରମ। 

ଦୁଖି ରଙ୍କି ଙ୍କର କରିବା ସେବା,

ତେବେ ପର କାଳେ ସ୍ବର୍ଗ କୁ ଯିବା।

ଯଦି ଭଲକାମ ପାରିବା କରି ,

ତା ହେଲେ ସହଜେ ପାଇବା ହରି।

ସେପରି ସଭିଏଁ ସତ୍କର୍ମ କର।

ପରକାଳ ପରେ ରହିବ ଅମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational